Odisha Link
Bridging the Missing Links in Odisha

ମେଘାଳୟରେ ମିଳିଲା ୧୦ କୋଟି ବର୍ଷ ପୁରୁଣା ଡାଇନୋସର୍‌ କଙ୍କାଳ

ବ୍ୟୁରୋ: ମେଘାଳୟର ପଶ୍ଚିମ ଖାସି ପାହାଡ଼ ଜିଲ୍ଲାରେ ଗବେଷକମାନେ ଏକ ଡାଇନୋସର୍‌ ଫସିଲ୍‌ ଠାବ କରିଛନ୍ତି। ଏହା ୧୦ କୋଟି ବର୍ଷ ପୁରୁଣା ବୋଲି ଅନୁମାନ କରାଯାଉଛି। ୟ

ସରୋପଡ୍‌ସ ପ୍ରଜାତିର ଏହି ଡାଇନୋସର୍‌ ଫସିଲକୁ ଠାବ କରିଛନ୍ତି ଭାରତୀୟ ପ୍ରତ୍ନତତ୍ବ ବିଭାଗର ଗବେଷକ ଦଳ। ଏହି ଜାତୀୟ ଜନ୍ତୁଙ୍କର ବେକ ବେଶ୍‌ ଲମ୍ବା ଥାଏ ଏବଂଅବଶିଷ୍ଟ ଶରୀର ତୁଳନାରେ ମୁଣ୍ଡ ଛୋଟ ଥାଏ। ଏହି ବିଶାଳକାୟ ଡାଇନୋସରର ୪ ଗୋଟି ଖମ୍ବାକୃତି ଗୋଡ଼ ଥାଏ।

ଏଭଳି ଜୀବାଶ୍ମ ଠାବ ହେବାରେ ଉତ୍ତର-ପୂର୍ବ ଭାରତର ପ୍ରଥମ ରାଜ୍ୟ ମେଘାଳୟ। ପୂର୍ବରୁ ଏଭଳି ଜୀବାଶ୍ମ ଗୁଜରାଟ, ମଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡ଼ୁରେ ମିଳିଥିଲା।

Leave A Reply

Your email address will not be published.