Odisha Link
Bridging the Missing Links in Odisha

କରୋନାରେ RLD ମୁଖ୍ୟ ଅଜିତ ସିଂଙ୍କ ଦେହାନ୍ତ

ଉତ୍ତରପ୍ରଦେଶ: ଆରଏଲଡି ସଭାପତି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ଅଜିତ ସିଂଙ୍କ ପରଲୋକ। କରୋନା ସଂକ୍ରମଣରେ ଗୁରୁତର ହୋଇ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଆଜି ସକାଳେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୮୨ ବର୍ଷୀୟ ଅଜିତ ସିଂ କରୋନା ସଂକ୍ରମିତ ହୋଇଥିଲେ ଏବଂ ଗତ ଦୁଇ ଦିନ ଧରି ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ୨୨ ଏପ୍ରିଲରେ ସେ କରୋନା ସଂକ୍ରମିତ ହୋଇଥିଲେ। ସେବେଠାରୁ ତାଙ୍କର ଫୁସଫୁସ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ପୁଅ ହେଉଛନ୍ତି ଚୌଧୁରୀ ଅଜିତ ସିଂ। ବାଗପାଟରୁ ସେ ୭ଥର ସାଂସଦ ତଥା କେନ୍ଦ୍ର ନାଗରିକ ବିମାନ ଚଳାଚଳ ମନ୍ତ୍ରୀ ରହିଛନ୍ତି। ତାଙ୍କ ମୃତ୍ୟୁ ପରେ ବାଗପାଟ ସମେତ ପଶ୍ଚିମ ଉତ୍ତରପ୍ରଦେଶରେ ଶୋକର ଲହରୀ ଖେଳିଯାଇଛି। ଚୌଧରୀ ଅଜିତ ସିଂ ୧୯୮୬ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଅସୁସ୍ଥ ହୋଇପଡିବା ପରେ ୧୯୮୬ରେ ଅଜିତ ରାଜ୍ୟସଭାକୁ ଯାଇଥିଲେ।

Leave A Reply

Your email address will not be published.