Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌ : ଭାରତୀୟ ଦଳ ଘୋଷଣା ପାଇଁ ଚାଲିଛି ବୈଠକ, ଚର୍ଚ୍ଚାରେ ଏହିସବୁ ଖେଳାଳି

ଓଏଲ୍‌ ବ୍ୟୁରୋ: ଜୁନ୍‌ ପହିଲାରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ପ୍ରସ୍ତୁତି ଆରମ୍ଭ। ବର୍ତ୍ତମାନ ଭାରତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚାଲିଥିବା ବେଳେ ଭାରତୀୟ ଦଳ ଘୋଷଣା ହେବାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆଜି ଆଗାମୀ ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷଣା ହୋଇପାରେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବର୍ତ୍ତମାନ ଅହମଦାବାଦର ଆଇଟିସି ନର୍ମଦା ହୋଟଲରେ ଭାରତୀୟ ଦଳର ସିଲେକ୍ସସନ୍‌ ମିଟିଙ୍ଗ ଜାରି ରହିଛି। ଯେଉଁଥିରେ ବିସିସିଆଇ ସମ୍ପାଦକ ଜୟ ଶାହ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଉପସ୍ଥିତ ଅଛନ୍ତି। ଏଥିସହିତ ବିସିସିଆଇର ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିବା ସୂଚନା ରହିଛି।

କିଛି ଘଣ୍ଟା ପୂର୍ବରୁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ରୋହିତ ଶର୍ମାଙ୍କ ସହିତ ଦଳର ଚୟନ ପ୍ରକ୍ରିୟାକୁ ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ଆଉ ଖୁବଶୀଘ୍ର ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ବିସିସିଆଇ ଘୋଷଣା କରିପାରେ। ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ଦଳ ବିଶ୍ବକପ୍‌ ପାଇଁ ଦଳ ଘୋଷଣା କରି ସାରିଛନ୍ତି।

ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ସମ୍ଭାବ୍ୟ ଟିମ୍:
ରୋହିତ ଶର୍ମା, ବିରାଟ କୋହଲି, ଯଶ୍ବସୀ ଜୟଶଓ୍ବାଲ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶିବମ ଦୁବେ, ରିଙ୍କୁ ସିଂହ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ/ ଆଭେଶ ଖାନଙ୍କୁ ଦଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଛି। ଏହାବ୍ୟତୀତ କେଏଲ ରାହୁଲ, ୟୁଜବେନ୍ଦ୍ର ଚହଲ, ରବି ବିଶ୍ନୋଇ ଓ ସନ୍ଦୀପ ଶର୍ମାଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି।

Leave A Reply

Your email address will not be published.