କରୋନାରେ CRPF ଡିଆଇଜିଙ୍କ ପରଲୋକ
CRPF ଡିଆଇଜି ସୁନିଲ କୁମାର ପାର୍ଥଙ୍କ ମୃତ୍ୟୁ
ଭୁବେନଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହାର ଦ୍ରୁତ ଗତିରେ ବଢ଼ୁିବାରେ ଲାଗିଛି। ଏହାରି ମଧ୍ୟରେ ଆଜି କରୋନାରେ CRPF ଡିଆଇଜି ସୁନିଲ କୁମାର ପାର୍ଥଙ୍କ ମୃତ୍ୟୁ ଘଟିଛି।
କରୋନା ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ସୁନିଲ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ, ସେ ବିଭିନ୍ନ ରେଜିମଣ୍ଟାଲ୍ ଅନୁଷ୍ଠାନ ତଥା ମାନବିକ ଜୀବନଶୈଳୀର ସ୍ମରଣୀୟ ପରିବତ୍ତର୍ନ ପାଇଁ ଆନ୍ତରିକ ଉଦ୍ୟମ କରିଥିଲେ। ସେ ଜଣେ ମହାନ ଲିଡର ଓ ତଥା ସମସ୍ତ ପଦବୀ ପାଇଁ ପ୍ରେରଣା ଉତ୍ସ ବୋଲି ଭୁବେନଶ୍ୱରର ସିଆରପିଏଫ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ତାଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ମହାମାରୀର ପ୍ରଥମ ଲହର ସମୟରେ ଦୃଷ୍ଟାନ୍ତମୂଳକ ଫଳାଫଳ ସୁନିଶ୍ଚିତ କରିଥିଲା ଏବଂ ଭୁବନେଶ୍ୱର CRPF କ୍ୟାମ୍ପସରେ କୌଣସି ସମସ୍ୟର ହୋଇନଥିଲା। ତାଙ୍କର ଅକାଳ ମୃତ୍ୟୁ ଏକ ଅପୂରଣୀୟ କ୍ଷତି।