Odisha Link
Bridging the Missing Links in Odisha

ଦେଶରେ ଅଣାୟତ୍ତ କରୋନା: ଦିନକରେ ୪.୧୨ ଲକ୍ଷ ପଜିଟିଭ ଚିହ୍ନଟ, ୩୯୮୦ ମୃତ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହହୁ ହୋଇ ବଢିବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ ୧୨ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୯୮୦ଜଣଙ୍କ ମୃତ୍ୟୁ ହୋଇଛି।

୪ ଘଣ୍ଟାରେ ୪ ଲକ୍ଷ ୧୨ ହଜାର ୨୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୨କୋଟି ୧୦ ଲକ୍ଷ ୭୭ହଜାର ୪୧୦ରେ ପହଞ୍ଚିଛି। ମୋଟ ମୃତ୍ୟୁସଂଖ୍ୟା ୨ ଲକ୍ଷ ୨୩ ହଜାର ୧୬୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୧ କୋଟି ୭୨ ଲକ୍ଷ ୮୦ ହଜାର ୮୪୪ରେ ପହଁଚିଛି। ଦେଶରେ ଏବେ ୩୫୬୬୩୯୮ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ।

Leave A Reply

Your email address will not be published.