Odisha Link
Bridging the Missing Links in Odisha

ICUରେ ଭର୍ତ୍ତି ହେଲେ ପ୍ରଦୀପ୍ତ ନାୟକ

କୋଭିଡ ୧୯ ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସ ସ୍ଥିତ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା। କୋଭିଡ ୧୯ ସଂକ୍ରମିତ ହୋଇ ଭୁବନେଶ୍ବର ଏମ୍ସ ସ୍ଥିତ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ। ୨ ଦିନ ପୂର୍ବରୁ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ପ୍ରଦୀପଙ୍କୁ ଏବେ ଆଇସିୟୁର ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି । ଏପଟେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏଥିସହ ରାଜ୍ୟର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍‌ ଓ ଏମ୍‌ସ କର୍ତ୍ତୁପକ୍ଷଙ୍କ ମଧ୍ୟରେ ଆଲୋଚନା କରି କିପରି ଉତ୍ତମ ଚିକିତ୍ସା ଯୋଗାଇ ଦିଆଯାଇପାରିବ ସେନେଇ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.