Odisha Link
Bridging the Missing Links in Odisha

ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

ଜଣେ ଆତଙ୍କବାଦୀ ଆତ୍ମସମର୍ପଣ

ଜାମ୍ମୁ: କାଶ୍ମୀରର ସୋପିଆନ ଜିଲ୍ଲାର କାନିଗାମ ଅଞ୍ଚଳରେ ମାଓବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର। ଏନକାଉଣ୍ଟରେ ଟଳିଛନ୍ତି ୩ ଆତଙ୍କବାଦୀ। ତେବେ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ଏମାନେ ସମସ୍ତେ ଅଲ-ବଦର ଆତଙ୍କବାଦୀ ସଂଗଠନର ନୂତନ ଭାବେ ନିଯୁକ୍ତ ହୋଇଥିଲେ।

ସୂଚନା ଥାଉକି, ସୋପିଆନ୍ କାନିଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ଖବର ଆସିଥିଲା। ପରେ ଏହି ଅଞ୍ଚଳଟି ପୂରା କର୍ଡନ କରିଥିଲେ ଭାରତୀୟ ସେନ । ଏହା ଜାଣିବା ପରେ ଆତଙ୍କବାଦୀମାନେ ଆରମ୍ଭ କରିଦେଇଥିଲେ ଗୁଳିବିନିମୟ। ପାଲଟା ଜବାବ ଦେଇଥିଲା ଭରାତୀୟ ସେନା। ଫଳରେ ୩ ଆତଙ୍କବାଦୀ ଯବାନଙ୍କ ଗୁଳିରେ ଟଳିପଡିଛନ୍ତି।

ଏନକାଉଣ୍ଟର ସମୟରେ ପର୍ଥମେ ପ୍ରଥମେ ଏମାନଙ୍କୁ ଆତ୍ମସମର୍ପଣ କରିବାକୁ ପ୍ରବର୍ତ୍ତାଇଥିଲା ଭାରତୀୟ ସେନା। ହେଲେ ସେନା କଥାରେ ରାଜି ହୋଇନଥିଲେ ଆତଙ୍କୀ। ଫଳରେ ଫଳରେ ବାଧ୍ୟହୋଇ ୩ ଜଣଙ୍କୁ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲେ ଯବାନ। ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.