Odisha Link
Bridging the Missing Links in Odisha

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କୁ କରୋନା

ଟ୍ବିଟ୍‌ କରି ଦେଲେ ସୂଚନା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ସେ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ।

ଶ୍ରୀ ନାୟକ ଟ୍ବିଟ୍‌ କରି କହିଛନ୍ତି ଯେ, କୋଭିଡ ପରୀକ୍ଷା କରିବା ପରେ ମୋ ରିପୋର୍ଟ ପଜିଟିଭ ଆସିଛି। ନିକଟରେ ମୋ ସହିତ ମିଶିଥିବା ସମସ୍ତଙ୍କୁ ଅନୁରୋଧ କରୁଛି କି ସମସ୍ତେ ନିଜ ନିଜର ଟେଷ୍ଟ କରାଇ ନିଅନ୍ତୁ ଏବଂ ହୋମ୍‌ ଆଇସୋଲେସନରେ ରୁହନ୍ତୁ ବୋଲି ପ୍ରଦୀପ୍ତ ଟ୍ବିଟ୍‌ କରିଛନ୍ତି ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୪୪୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୭୪ ଜଣ କ୍ବାରାଣ୍ଟିନ୍‌ରେ ରହିଥିବା ବେଳେ ୧୮୭୧ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୨ହଜାର ୭୦୩ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.