Odisha Link
Bridging the Missing Links in Odisha

ପିପିଲି ପାଇଁ ସାନି ବିଜ୍ଞପ୍ତି ପ୍ରକାଶ, ମେ’ ୧୮ ସୁଦ୍ଧା ଶେଷ ହେବ ନିର୍ବାଚନ ପକ୍ରିୟା

ଏପ୍ରିଲ ୨୬ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ପ୍ରକାଶ। ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ। ଏଥିପାଇଁ ଏପ୍ରିଲ ୨୬ ତାରିଖ ନାମାଙ୍କନ ଭରିବାର ଶେଷ ତାରିଖ। ଏପ୍ରିଲ ୨୭ରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ମେ’ ୧୮ ସୁଦ୍ଧା ଶେଷ ହେବ ନିର୍ବାଚନ ପକ୍ରିୟା। ଏନେଇ ସୋମବାର ରାଜ୍ୟ ମୁଖ୍ୟ ନିର୍ବାଚନ କମିସନ ଜାରି କରିଛନ୍ତି ବିଜ୍ଞପ୍ତି।

ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପ ନିର୍ବାଚନ ହେବାକୁ ଥିଲା। ଏଥିପାଇଁ ପ୍ରଥମେ ଏପ୍ରିଲ ୧୭ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ଉପ ନିର୍ବାଚନକୁ ସ୍ଥଗିତ ଘୋଷଣା କରାଯାଇଥିଲା।

ଏବେ ପୁଣି ଥରେ ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି। ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ। ଅଜିତ ମଙ୍ଗରାଜଙ୍କ ବଦଳରେ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିବ। ତେବେ ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି।

Leave A Reply

Your email address will not be published.