Odisha Link
Bridging the Missing Links in Odisha

Viral Video: ମାସ୍କ ପାଇଁ ପୁଲିସ ଅଟକାଇବାରୁ ମହିଳା କହିଲେ- ଏଇଠି ଚୁମା ଦେବି

ଦମ୍ପତ୍ତି ବିନା ମାସ୍କରେ କାରରେ ବୁଲୁଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ଭୁଲ୍ ମାନିବା ବଦଳରେ ଦମ୍ପତ୍ତି ପୁଲିସକୁ ଦୁର୍ବ୍ୟବହାର କରିଥିଲେ। ଫଳରେ ପୁଲିସ ସେମାନଙ୍କ ବିରୋଧରେ ୱିକେଣ୍ଡ ଲକଡାଉନ ନିୟମ ଉଲ୍ଲଙ୍ଘନ ଓ ନିୟମ ଭାଙ୍ଗିବା ଅଭିଯୋଗରେ ମାମଲା ରୁଜୁ କରିଛି।

ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। ଦେଶରେ ଦିନକୁ ଦିନ ଅଣାୟତ୍ତ ହେଉଛି ସଂକ୍ରମଣ। ବିଶେଷକରି ଦେଶର ପ୍ରମୁଖ ସହର ଗୁଡ଼ିକରେ କରୋନା ଗ୍ରାଫ୍‌ ଉପର ମୁହାଁ ହେବାରେ ଲାଗିଛି। ଏସବୁ ମଧ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କରୋନା ନିୟମ ପ୍ରତି ସଚେତନ ନାହାଁନ୍ତି ସାଧାରଣ ଲୋକେ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀର ଦରିୟାଗଞ୍ଜରେ। ଏପରିକି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ରବିବାର ସନ୍ଧ୍ୟାରେ ଦିଲ୍ଲୀ ପୁଲିସ ଚେକିଂ କରୁଥିବା ସମୟରେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଏକ ଦମ୍ପତ୍ତିକୁ ଧରିଥିଲା।

ଏହି ଦମ୍ପତ୍ତି ବିନା ମାସ୍କରେ କାରରେ ବୁଲୁଥିଲେ। ପୁଲିସ ସେମାନଙ୍କୁ ଅଟକାଇବାରୁ ଭୁଲ୍ ମାନିବା ବଦଳରେ ଦମ୍ପତ୍ତି ପୁଲିସକୁ ଦୁର୍ବ୍ୟବହାର କରିଥିଲେ। ଫଳରେ ପୁଲିସ ସେମାନଙ୍କ ବିରୋଧରେ ୱିକେଣ୍ଡ ଲକଡାଉନ ନିୟମ ଉଲ୍ଲଙ୍ଘନ ଓ ନିୟମ ଭାଙ୍ଗିବା ଅଭିଯୋଗରେ ମାମଲା ରୁଜୁ କରିଛି।

ତେବେ ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯେଉଁଥିରେ ମହିଳା ଓ ତାଙ୍କ ସ୍ଵାମୀ ପୁଲିସ ସହ ଦୁର୍ବ୍ୟବହାର କରୁଛନ୍ତି। ମହିଳା ଜଣଙ୍କ ପୁଲିସ ଅଧିକାରୀଙ୍କ ଉପରେ ଚିଲେଇ କହୁଛନ୍ତି ଯେ, ମୁଁ ମୋ ସ୍ଵାମୀଙ୍କୁ ଚୁମା ଦେବି, କଣ ତୁମେ ମୋତେ ଅଟକାଇ ଦେବ? ମୋ ବାପା ଜଣେ ଏସଆଇ। ଚାଲି ଆସିଲେ ଚାଲାଣ କାଟିବାକୁ…କରୋନା ନାଁରେ ନାଟକ କରୁଛ। ଯଦି ଲୋକେ ଚିହିଁକି ଉଠିବେ ନା ତେବେ ତୁମେ ଆଉ ତମ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ସମସ୍ତେ ଚା ବିକିବେ। ଲୋକଙ୍କୁ ଭକୁଆ ବନାଉଛ। ଯଦି ଟିକେ ଲାଜ ଅଛି ତେବେ ଏହି ଭିଡିଓକୁ ଅପଲୋଡ କରିବ ବୋଲି ମହିଳା ଜଣକ କହିଥିଲେ।

https://www.facebook.com/OdishaLink/videos/1161488287639604

ସୂଚନାଥାଉକି, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୨ ଲକ୍ଷ ୭୩ ହଜାର ୮୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୧୬୦୦ ଟପିଛି । ୨୪ ଘଣ୍ଟା ମଧ୍ୟରେ ୧୬୧୯ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୫୦ ଲକ୍ଷ ୬୧ହଜାର ୯୧୯ରେ ପହଞ୍ଚିଛି।

Leave A Reply

Your email address will not be published.