Odisha Link
Bridging the Missing Links in Odisha

ରାଜଧାନୀରେ ୬ ଦିନ ଲକ୍‌ଡାଉନ୍‌, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜଧାନୀ ଦିଲ୍ଲୀରେ ଆଜି ରାତିରୁ ୨୬ ଅପ୍ରେଲ ପର୍ଯ୍ୟନ୍ତ କର୍ଫ୍ୟୁ ରହିବ। ଏହି ସମୟରେ ସବୁ ପ୍ରକାର କଟକଣା ଲାଗୁ ରହିବ। 

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଶେଷ କରି ମୁମ୍ବାଇ, ଦିଲ୍ଲୀ ଭଳି ସହରରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନେଇଛନ୍ତି ବଡ଼ ପଦକ୍ଷେପ। ଦିଲ୍ଲୀରେ ଏକ ସପ୍ତାହର ଲକ୍‌ଡାଉନ୍ ଲଗାଇଛନ୍ତି ସରକାର। ଆଜି ମଧ୍ୟରାତିରୁ ଆରମ୍ଭ ହୋଇ ଏହା ଆସନ୍ତା ସୋମବାର ସକାଳ ଯାଏଁ ବଳବତ୍ତର ରହିବ ବୋଲି ସୂଚନା ରହିଛି।

ରାଜଧାନୀ ଦିଲ୍ଲୀରେ ଆଜି ରାତିରୁ ୨୬ ଅପ୍ରେଲ ପର୍ଯ୍ୟନ୍ତ ଲକ୍‌ଡାଉନ୍ ରହିବ। ଏହି ସମୟରେ ସବୁ ପ୍ରକାର କଟକଣା ଲାଗୁ ରହିବ।  ଯାହାକି ଓ୍ବିକେଣ୍ଡ କର୍ଫ୍ୟୁ ବେଳେ ଥିଲାବୋଲି କେଜ୍ରିଓ୍ବାଲ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀରେ ରବିବାର କରୋନା ସବୁ ରେକର୍ଡ ଭାଙ୍ଗିଥିଲା। ଦିନକରେ ୨୫ ହଜାର ୪୬୨ଜଣ ସଂକ୍ରମିତ ଚିହ୍ନଟ ହେବା ସହ ୧୪୧ ଜଣଙ୍କ ଜୀବନ ଯାଇଥିଲା। ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ଦିଲ୍ଲୀରେ ବେଡ୍‌ର ଅଭାବ ଦେଖିବାକୁ ମିଳିଛି। ସେହିପରି ଅମ୍ଳଜାନ ମଧ୍ୟ ଲୋକଙ୍କୁ ମିଳିପାରୁନାହିଁ।

ପଜିଟିଭି ରେଟ୍‌ ୩୦% ବଢ଼ିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି। ଏବେ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଦିଲ୍ଲୀ ସରକାର ଶେଷରେ କର୍ଫ୍ୟୁ ଲାଗୁ କରିଥିବା ଜଣାପଡ଼ିଛି।

Leave A Reply

Your email address will not be published.