Odisha Link
Bridging the Missing Links in Odisha

ଟିକା ନେଲେ ବି କରୋନା ହେବ: ଓଡ଼ିଶା ସରକାର

ଟିକା ନେଲେ ବି କରୋନା ହେବ, କିନ୍ତୁ ମୃତ୍ୟୁ ହାର କମିବ। କରୋନାରୁ ମୁକ୍ତି ପାଇବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡ଼ିବ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ କଟକଣା ଲାଗୁ କରିଛନ୍ତି। ଅପରପକ୍ଷେ କରୋନାକୁ ମାତ୍‌ ଦେବା ପାଇଁ ଟିକା ପ୍ରଦାନ କରାଯାଉଛି। ଏସବୁ ମଧ୍ୟରେ କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା ନିରଞ୍ଜନ ମିଶ୍ର କହିଛନ୍ତି ଯେ, ଟିକା ନେଲେ ବି କରୋନା ହେବ, କିନ୍ତୁ ମୃତ୍ୟୁ ହାର କମିବ। କରୋନାରୁ ମୁକ୍ତି ପାଇବାକୁ ହେଲେ କୋଭିଡ ନିୟମ ମାନିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ,କିଛି ଜିଲ୍ଲାରେ ଟିଏମସି ଖୋଲିଛି। ଏଥିସହିତ ଛତିଶଗଡ଼ ସୀମାନ୍ତରେ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆଗକୁ ଦୈନିକ ୫୦ ହଜାର ଟେଷ୍ଟ କରାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ବର୍ତ୍ତମାନ ସୁଦ୍ଧା ସରକାରୀ ଓ ଘରୋଇ ହସ୍ପିଟାଲରେ ୯୦୦୮ ବେଡ୍‌ ଅଛି। ସେଠାରେ ୧୭.୫% ରୋଗୀ ଅଛନ୍ତି। ବର୍ତ୍ତମାନ ରାଜ୍ୟରେ ଆଇସିୟୁ ବେଡ୍‌ ୨୦୧୮ଟି ଅଛି ବୋଲି ସେ କହିଛନ୍ତି।

ସୂଚନାଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୭୨୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୪୫୬୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୬୧୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.