Odisha Link
Bridging the Missing Links in Odisha

୫ ମାସ ତଳେ ନିଖୋଜ ହୋଇଥିବା ଯୁବକଙ୍କ ଜଙ୍ଗଲରୁ ଉଦ୍ଧାର ହେଲା କଙ୍କାଳ

ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ପୁଲିସ ଉଦ୍ଧାର କରିଛି।

ଓଏଲ୍‌ ବ୍ୟୁରୋ : ପରଜଙ୍ଗ ଥାନା ଅନ୍ତର୍ଗତ ଏକ ଗ୍ରାମରେ କିଛି ମାସ ତଳେ ଜଣେ ଯୁବକ ନିଖୋଜ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ପୁଲିସ ତଦନ୍ତ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗିରଫ ପରେ ପୁଲିସ ୨ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିବା ପରେ ୫ ମାସ ତଳୁ ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର କରିଛି।

ଖବର ଅନୁସାରେ, ୫ ମାସ ତଳେ ନିଖୋଜ ହୋଇଥିବା ଯୁବକଙ୍କ କଙ୍କାଳ ପରଜଙ୍ଗ ଥାନା ବାଲିପଶି ଗାଁ ନିକଟ ହରିଣଯୋଡ଼ି ଜଙ୍ଗଲରୁ ଉଦ୍ଧାର ହୋଇଛି। ମାଜିଷ୍ଟ୍ରେଟ ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ପୁଲିସ ଉଦ୍ଧାର କରିଛି। ଗିରଫ ୨ ଅଭିଯୁକ୍ତଙ୍କ ଆଧାରରେ ବାର୍‌ହା ଫାଶରେ ଲାଗି ଯୁବକଙ୍କ ମୃତ୍ୟୁ ପରେ ସେମାନେ ତାଙ୍କୁ ପୋତି ଦେଇଥିଲେ।

Leave A Reply

Your email address will not be published.