Odisha Link
Bridging the Missing Links in Odisha

କ୍ୟାମେରାରେ କଏଦ୍ ହେଲା ନୂଆପଡ଼ାରେ ଆତଙ୍କ ସୃଷ୍ଟି କରିଥିବା ବାଘ

ବାରମ୍ଵାର ନୂଆପଡାର ବିଭିନ୍ନ ସ୍ଥାନରେ ବାଘ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ଲୋକେ ବାଘ ଆକ୍ରମଙ୍କୁ ନେଇ ଭୟବିତ୍ତ ଅଛନ୍ତି।

ଓଏଲ୍‌ ବ୍ୟୁରୋ : ନୂଆପଡ଼ାରେ ବାଘ ଭୟରେ ଗ୍ରାମବାସୀ। ନୂଆପଡ଼ା କ୍ୟାମେରାରେ କଏଦ୍ ହେଲା ଆତଙ୍କ ସୃଷ୍ଟି କରିଥିବା ବାଘ। ଜଣେ ବୃଦ୍ଧାଙ୍କୁ ବାଘ ମାରିବା ପରେ ଗାଁରେ ୧୩ଟି କ୍ୟାମେରା ଲଗାଯାଇଥିଲା। ମଣିଷଖିଆ କଲରାପତରିଆ ବନବିଭାଗ ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଛି। ଜଳମଡ଼ାଇ ଗାଁରେ ଲଗାଯାଇଥିବା କ୍ୟାମେରାରେ ମିଳିଲା ବାଘ ଫଟୋ।

ଖବର ଅନୁସାରେ, ବାଘ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା। ପରେ ପୁଣି ଏକ ବଳଦର ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଘଟଣାସ୍ଥଳରେ ବନ କର୍ମଚାରୀ ପହଂଚି ତଦନ୍ତ ଜାରି କରିଥିଲେ। ବାରମ୍ଵାର ନୂଆପଡାର ବିଭିନ୍ନ ସ୍ଥାନରେ ବାଘ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ଲୋକେ ବାଘ ଆକ୍ରମଣଙ୍କୁ ନେଇ ଭୟବିତ୍ତ ଅଛନ୍ତି।

ପୂର୍ବରୁ, ଗତ ୨୯ରେ ନୂଆପଡ଼ା ଦରିଆ ମହୁଆଭଟା ଗାଁରେ ଗାଈକୁ ବାଘ ମାରିଥିବା ଅଭିଯୋଗ ଲୋକେ ଆଣିଥିଲେ। ଜଙ୍ଗଲକୁ ଗାଈ ଚରି ଯାଇଥିବା ବେଳେ ବାଘ ମାରିଥିବା ଅଭିଯୋଗ କରିଥିଲେ ସ୍ଥାନୀୟ ବାସିନ୍ଦା। ଗତ ମାର୍ଚ୍ଚ ୧୪ରେ ମଧ୍ୟ ସେ ଗ୍ରାମରେ ଭାଗରଥି ଭୋଇଙ୍କ ଗୁହାଳକୁ କଲରାପତରିଆ ବାଘ ପଶି ବାଛୁରୀକୁ ଆକ୍ରମଣ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। କିନ୍ତୁ ଏହି ସମୟରେ ଗାଈମାନଙ୍କର ଶବ୍ଦ ଶୁଣି ମାଲିକ ଉଠି ଗୁହାଳକୁ ଯାଇଥିଲେ। ହେଲେ ତାପୂର୍ବରୁ ବାଘ ପଲାଇ ଯାଇଥିବା ଶ୍ରୀ ଭୋଇ କହିଥିଲେ।

ବାଘ ଭୟରେ ଲୋକେ ଘରୁ ବିଶେଷ ବାହାରୁନଥିବା ଜଣା ପଡିଛି। ବାଘ ମାରିବା ପରେ ଗାଁରେ ୧୩ଟି କ୍ୟାମେରା ଲଗାଯାଇଥିଲା। ବର୍ତ୍ତମାନ ଆକ୍ରମଣ କରୁଥିବା ବାଘର ଚିତ୍ର କ୍ୟାମେରାରେ କଏଦ ହୋଇଛି। ବାରମ୍ଵାର ନୂଆପଡାର ବିଭିନ୍ନ ସ୍ଥାନରେ ବାଘ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସୁଥିବାବେଳେ ସ୍ଥାନୀୟ ଲୋକେ ବାଘ ଆକ୍ରମଣଙ୍କୁ ନେଇ ଭୟବିତ୍ତ ଅଛନ୍ତି। ନ କର୍ମଚାରୀ ପହଂଚି ତଦନ୍ତ ପରେ ବନବିଭାଗ ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଛି।

Leave A Reply

Your email address will not be published.