Odisha Link
Bridging the Missing Links in Odisha

ପୁଣି ସମାଲୋଚନା କଲେ ସୁବ୍ରମନ୍ୟନ୍‌ ସ୍ବାମୀ

ବ୍ୟୁରୋ: ଟ୍ବିଟରରେ ଫେକ୍‌ ଆଇଡି ଖୋଲି ବଦମାସୀ କରୁଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)। ଏଭଳି ବଦମାସୀ ପାଇଁ ଟଙ୍କା ନଷ୍ଟ କରିବା ବଦଳରେ ପିଏମ୍‌ଓ ସମାଲୋଚନାର ଜବାବ ରଖୁ ବୋଲି ଟୁଇଟ୍‌ କରିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ନେତା ସୁବ୍ରମନ୍ୟନ୍‌ ସ୍ବାମୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତିରସ୍କାର କରି ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେୟାର୍‌ କରି ପିଏମ୍‌ଓ ପ୍ରତି ଏଭଳି ଉଲ୍ଲେଖ କରିଛନ୍ତି ସୁବ୍ରମନ୍ୟନ୍‌ ସ୍ବାମୀ।

ନରେନ୍ଦ୍ର ମୋଦିଙ୍କ କୋଭିଡ୍‌ ବିଭୀଷିକା ପାଇଁ ଭାରତ ଆଣ୍ଡେଇଗଲାଣି ବୋଲି ଏକ ଖବର ପ୍ରକାଶ ପାଇଛି। ଏହାକୁ ନିଜ ଟ୍ବିଟରରେ ଛାଡ଼ି ପିଏମ୍‌ଓକୁ ସସମାଲୋଚନା କରିଛନ୍ତି ସ୍ବାମୀ। ପିଏମ୍‌ଓ ମିଛ ଟ୍ବିଟର ଆକାଉଣ୍ଟରେ ବଦମାସୀ କରି ଟଙ୍କା ନଷ୍ଟ କରିବା ବଦଳରେ ଏଭଳି ସମାଲୋଚନାର ସାମନା କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।