Odisha Link
Bridging the Missing Links in Odisha

ଅଲୋଡା ହେଲା ମୃତଦେହ, ଅନ୍ତିମ ସଂସ୍କାର କଲେ ଡାକ୍ତର, ବିଡିଓ ସ୍ୱେଚ୍ଛାସେବୀ

ଆସିକା: କରୋନା ଭୟରେ ଅଲୋଡା ହେଇ ଯାଉଛି ମୃତଦେହ। ପରିବାର ଲୋକେ ସାଇପଡିଶା କାନ୍ଧ ଦେବା ତ ଦୂୂୂରର କଥା ଭୟରେ ମୁହଁ ମୋଡି ଦେଉଛନ୍ତି ତ କେଉଁଠି ମୃତଦେହ ନେଉନାହାନ୍ତି।

ଏଭଳି ପରିସ୍ଥିତିରେ ମାନବିକତା ଦେଖାଇ ମୃତଦେହର ଅନ୍ତିମସଂସ୍କାର ପାଇଁ ଆଗେଇ ଆସିଛନ୍ତିଡାକ୍ତର, ବିଡିଓ ଓ ଜନପ୍ରତିନିଧି। ବୁଗୁଡ଼ାରେ ଆଗପଛ ହୋଇ ଦମ୍ପତି ଆଖି ବୁଜିଦେଲେ। ପରିବାର ଲୋକ ମୃତଦେହ ନେବାକୁ ଆସିଲେ ନାହିଁ। ଚାରି କାନ୍ଧ ଦେଲେ ବିଡିଓ, ଡାକ୍ତର, ମେଡିକାଲ ବିପିଏମ୍‌ ଓ ସରପଞ୍ଚ ପ୍ରତିନିଧି।

ବୁଗୁଡ଼ା ଥାନା ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିରିକିପଡ଼ା ଗ୍ରାମର ପଞ୍ଚୁ ପ୍ରଧାନ (୬୦)ଙ୍କ ପୋଲସରା ଡାକ୍ତରଖାନାରେ ବୁଧବାର ଭୋରୁ ମୃତ୍ୟୁ ହୋଇଥିଲା।୨୪ ଘଣ୍ଟା ନପୂରୁଣୁ ଅପରାହ୍ନ ୩ଟାରେ ସ୍ତ୍ରୀ ସବିତା(୫୦) ମୃତ୍ୟୁ ହୋଇଥିଲା। ଭୟରେ କେହି ଶବ ପାଖ ମାଡିଲେ ନାହିଁ । ଶେଷରେ ବିଡିଓ ତନ୍ମୟ ପାତ୍ର, ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱଳ, ଡାକ୍ତର ମନୋରଞ୍ଜନ ନାୟକ, ମେଡିକାଲ ବିପିଏମ ବିଶ୍ୱଜିତ ପ୍ରଧାନ ଓ ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ପିପିଇ କିଟ୍‌ ପିନ୍ଧି ଶବ କାନ୍ଧେଇ ଥିଲେ ଓ ଶବ ସତ୍କାର କରିଛନ୍ତି।

ସେହିପରି ଆସିକା କେଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିଲେ ତଅଁର ଗ୍ରାମର ରାମକୃଷ୍ଣ ପାଢ଼ୀ(୭୨)ଙ୍କର ପରଲୋକ ହୋଇଯାଇଛି। କିଛି ଦିନ ହେଲା ଅସୁସ୍ଥ ଅନୁଭବ କରିବାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏନେଇ ଆସିକା ନିକଟସ୍ଥ ବାବନପୁର କୋଭିଡ୍‌ କେୟାର ସେଣ୍ଟର (ସିସିସି)ରେ ଚିକିତ୍ସାଧୀନ ଥିଲେ। କରୋନାରେ ମୃତ୍ୟୁ ପରେ କା ଦେବାକୁ ପୁଅ, ବନ୍ଧୁ ବାନ୍ଧବ ଆତ୍ମୀୟସୃଜନ କେହି ଆସିଲେ ନାହିଁ। ୫ଜଣ ସ୍ୱେଚ୍ଛାସେବୀ ପିପିଇ କିଟ୍‌ ପରିଧାନ କରି ମୃତଦେହ ନେଇ ଅନ୍ତିମ ସତ୍କାର କରିଛନ୍ତି।

Leave A Reply

Your email address will not be published.