Odisha Link
Bridging the Missing Links in Odisha

ଦୁଷ୍ଟବୁଦ୍ଧି ବିଜେପି ଆଇଟି ସେଲ୍‌ ମିଛ ଆଇଡି ଟୁଇଟ୍‌ କରୁଛି: ସୁବ୍ରମନ୍ୟନ୍‌ ସ୍ବାମୀ

ଭାରତୀୟ ଜନତା ପାର୍ଟି (ବିଜେପି) ଆଇଟି ସେଲ୍‌ ଉପରେ ବର୍ଷିଛନ୍ତି ଦଳର ବରିଷ୍ଠ ନେତା ସବ୍ରମନ୍ୟନ୍‌ ସ୍ବାମୀ। ବିଜେପିର ଆଇଟି ସେଲ୍‌କୁ ଦୁଷ୍ଟବୁଦ୍ଧି ବୋଲି କହିବା ସହ ମିଛ ଆଇଡିରୁ ଟୁଇଟ୍‌ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସ୍ବାମୀ।

ଆଜି ଏକ ଟୁଇଟ୍‌ ମାଧ୍ୟମରେ ବିଜେପି ଆିଟି ସେଲ୍‌ର କର୍ମକର୍ତ୍ତାଙ୍କ ମୁଖା ଖୋଲିଛନ୍ତତି ସ୍ବାମୀ। ସେ ଲେଖିଛନ୍ତି- ବିଜେପି ଆଇଟି ସେଲ୍‌ର ମତିଭ୍ରମ ହେଲାଣି। ଏହାର କିଛି ସଦସ୍ୟ ମୋ ଉପରେ ବ୍ୟକ୍ତିଗତ ଆକ୍ରମଣ କରିବା ପାଇଁ ମିଛ ଆଇଡି ଟୁଇଟ୍‌ ବ୍ୟବହାର କରୁଛନ୍ତି।

ତାଙ୍କର ଅନୁଗାମୀମାନେ ଉତ୍ୟକ୍ତ ହୋଇ ପ୍ରତିଆକ୍ରମଣ କଲେ ସେ ଦାୟୀ ରହିବେନାହିଁ ବୋଲି ଆଇଟି ସେଲ୍‌କୁ ଚେତାଇ ଦେଇଛନ୍ତି ସୁବ୍ରମଣ୍ୟନ୍‌ ସ୍ବାମୀ।

Comments are closed.