Odisha Link
Bridging the Missing Links in Odisha

ବିଦ୍ୟାଶ୍ରୀ ଓ ବିସ୍ମିତଙ୍କ ନାମରେ ଏତଲା ଦେଲେ ଚିନ୍ମୟୀ

ବାଲେଶ୍ବର: ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ଼। ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ ଓ ବନ୍ଧୁ ବିସ୍ମିତଙ୍କ ନାମରେ ମାମଲା। ଆଦିତ୍ୟଙ୍କ ପୂର୍ବତନ ପ୍ରେମିକା ଚିନ୍ମୟୀ ମହାପାତ୍ର ବାଲେଶ୍ୱର ଖଇରା ଥାନାରେ ଉଭୟଙ୍କ ନାମରେ ଏତଲା ଦାୟର କରିଛନ୍ତି। ଚିନ୍ମୟୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଆଇପିସିର ୫ଟି ଦଫାରେ ମାମଲା ରୁଜୁ କରିଛି।

‘ସାଇକୋ ଲେଡି’ କହି ବଦନାମ କରିଥିବା ଅଭିଯୋଗ ଆଣିଛନ୍ତି ଚିନ୍ମୟୀ। ବିଦ୍ୟାଶୀ, ବିସ୍ମିତ ଓ ଅନ୍ୟକିଛି ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି ଚିନ୍ମୟୀ। ଫଳରେ ଉଭୟଙ୍କ ନାମରେ ମାମଲା ରୁଜୁ ହୋଇଥିବା ସୂଚନା ରହିଛି। ଆଇପିସି ଧାରା ୫୦୦, ୫୦୬, ୧୯୯, ୨୦୩ ଓ ୩୪ରେ ପୁଲିସ୍‌ ମାମଲା ରୁଜୁ କରିଛି। ଗୋଟିଏ ପଟେ ଆଦିତ୍ୟଙ୍କ ମୃତ୍ୟୁ ଉପରୁ ରହସ୍ୟ କ୍ରାଇମବ୍ରାଞ୍ଚ ଉଠାଇ ପାରି ନଥିବା ବେଳେ ଚିନ୍ମୟୀଙ୍କ ମାମଲା ପୁଣି ଅଡ଼ୁଆ ବଢ଼ାଇଛି।

୨ ମାସ ବିତିଯାଇଥିଲେ ସୁଦ୍ଧା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ି ନାହିଁ। ଆଦିତ୍ୟ ମୃତ୍ୟୁ ମାମଲାର ତଦନ୍ତ ପ୍ରଥମେ ଜିଆରିପି ପୁଲିସ କରୁଥିବା ବେଳେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଏହି ମାମାଲର ତଦନ୍ତ କରୁଛି।

Comments are closed.