Odisha Link
Bridging the Missing Links in Odisha

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ଆଇଏଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ୧୯୯୫ ବ୍ୟାଚ ଆଇଏଏସ ବିଷ୍ଣୁପଦ ସେଠୀ ଏବେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ସହ ଅତିରିକ୍ତ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉ ଥିବା ବେଳେ ତାଙ୍କୁ ଅତିରିକ୍ତ ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

୧୯୯୫ ବ୍ୟାଚ ଆଇଏଏସ ହେମନ୍ତ ଶର୍ମା ଶିଳ୍ପ ବିଭାଗର ପ୍ରମୁଖ ସଚିବ ସହ ଇପିକଲର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

୧୯୯୭ ବ୍ୟାଚ ଆଇଏଏସ ସଂଜୟ କୁମାର ସିଂହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର ଓ ସଚିବ ଥିବାବେଳେ ବିଡ଼ିଏର ଉପାଧ୍ୟକ୍ଷ ଭାବେ ବି କାର୍ଯ୍ୟ କରୁଥିଲେ। ଏବେ ତାଙ୍କୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ମିଳିଛି। ଅପରପକ୍ଷରେ ବିଏମସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡ଼ି ଭାବେ ବଦଳି କରାଯାଇଛି।

୨୦୦୨ ବ୍ୟାଚ ଆଇଏଏସ ଡକ୍ଟର କିଷନ କୁମାର ପୂର୍ତ ବିଭାଗର କମିଶନର ଓ ସଚିବ ଥିବାବେଳେ ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ବି ଦାୟିତ୍ୱ ଥିବା ବେଳେ ତାଙ୍କୁ ଇଡ଼କୋର ସିଏମଡ଼ି ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି। ଇଡ଼କୋ ସିଏମଡ଼ି ଥିବା ସଂଜୟ କୁମାର ସିଂହଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ।

Leave A Reply

Your email address will not be published.