Odisha Link
Bridging the Missing Links in Odisha

ବଦଳିଲେ BMC କମିଶନର

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି

ଭୁବନେଶ୍ୱର: ବଦଳିଲେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଭୁବନେଶ୍ୱରରେ କରୋନାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଥିବା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରିଦିଆଯାଇଛି।

ଶ୍ରୀ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି। ସଞ୍ଜୟ କୁମାର ସିଂହଙ୍କୁ ଭୁବନେଶ୍ୱର ମହାନଗର ନିଗମର ନୂଆ କମିଶନର ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ସିଂହ ହେଉଛନ୍ତି ୧୯୯୭ ବ୍ୟାଚର ଆଇଏଏସ ଅଫିସର।

Leave A Reply

Your email address will not be published.