ଲୋକସମ୍ପର୍କ ସଚିବ ହେଲେ ବିଷ୍ଣୁପଦ ସେଠୀ
ଏହାକୁ ମିଶାଇ ଏବେ ସେ ତିନୋଟି ବିଭାଗର ଗୁରୁ ଦାୟିତ୍ବ ବହନ କରିବେ।
ଭୁବନେଶ୍ବର: ରାଜସ୍ବ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ପୁଣି ମିଳିଛି ଅତିରିକ୍ତ ଦାୟିତ୍ବ। ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ବ ତୁଲାଇବେ ଶ୍ରୀ ସେଠୀ।
ପୂର୍ବରୁ ତାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଥିଲା। ଏହାକୁ ମିଶାଇ ଏବେ ସେ ତିନୋଟି ବିଭାଗର ଗୁରୁ ଦାୟିତ୍ବ ବହନ କରିବେ।
ଆଉ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ନୂଆ ଦାୟିତ୍ବ ମିଳିଛି। ସଂଜୟ ସିଂହ ଭୁବନେଶ୍ବର ମହାନଗର ନିଗମ କମିଶନର୍ ହୋଇଥିବା ବେଳେ ସେ ସ୍ଥାନରେ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗ ଓଏସ୍ଡି ଭାବେ ବଦଳି କରାଯାଇଛି।