ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ନିୟନ୍ତ୍ରଣାଧୀନ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ତୃତୀୟ ଲହର ଏକ ଅନୁମାନ ମାତ୍ର, ଏଥିପାଇଁ ଆମକୁ ସତର୍କ ରହି ଟ୍ରାନ୍ସମିସନ୍ ଚେନ୍ ବ୍ରେକ୍ କରିବାକୁ ହେବ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ତେବେ ଜାତୀୟ ହାର ଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି। ସରକାରଙ୍କ ପଦକ୍ଷେପ ସୁଫଳ ଦେଇଛି ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର କହିଛନ୍ତି। ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ରାଜ୍ୟରେ ଆଇସିୟୁ ବେଡ଼ ବଢ଼ାଇବା ପାଇଁ ଚେଷ୍ଟା ଚାଲିଛି। ଯେଉଁଠି ପ୍ରାଇଭେଟ୍ ସେକ୍ଟରରେ ଆଇସିୟୁ ଆଛି ତାକୁ ବ୍ୟବହାର କରାଯାଉଛି। ଗ୍ୟାସ୍ ମ୍ୟାନୁଫଲ ସିଷ୍ଟମ୍ ଲାଗି ଆଇସିୟୁ ବେଡ଼ ବଢାଇବା ସମୟ ସାପେକ୍ଷ। ସେଥିପାଇଁ ଆଇସିୟୁ ଜାଗାରେ HDU ବେଡ୍ ବଢାଇବା ପାଇଁ ଚେଷ୍ଟା କରୁଛୁ।
ସେହିପରି ଅକ୍ସିଜେନ୍ ସୁବିଧା ଥିବା ବେଡ୍ ସଂଖ୍ୟା ବଢ଼ାଇବା ପାଇଁ ଚେଷ୍ଟା ଜାରି ରଖିଛୁ। ସଂକ୍ରମଣ ଯେଉଁଭଳି ବଢ଼ୁଥିଲା ଏବଂ ଯାହା ଅନୁମାନ କରାଯାଉଥିଲା ଆମେ ତାହା ଠୁ ବହୁତ ତଳେ ଏବେ ଅଛୁ। ଲୋକ ହିସାବ କରିଥିଲେ ଆମର ଦେଢ଼ ଲକ୍ଷ ପାଖାପାଖି ଆକ୍ଟିଭ କେସ ଆସିବ ବୋଲି ମାତ୍ର ବର୍ତ୍ତମାନ ଆମେ ଲକ୍ଷେ ତଳେ ରହିଛେ। ରାଜ୍ୟରେ ଦୈନିକ ସଂକ୍ରମଣ ବି ନିୟନ୍ତ୍ରଣାଧୀନ ରହିଛି।
ଆମ ରାଜ୍ୟ ଅନ୍ୟ ରାଜ୍ୟ ଭଳି ଅତ୍ୟଧିକ ଭୟଙ୍କର ସ୍ଥିତିକୁ ଯାଇନି। ଯାହା ଯାହା ସରକାର ପଦକ୍ଷେପ ନେଇଛନ୍ତି ଏବଂ ଯେଉଁ ଷ୍ଟ୍ରାଟେଜିରେ କାର୍ଯ୍ୟ ଚାଲିଛି ସେଥିରୁ କିଛି ପରିମାଣରେ ଫଳ ମିଳୁଥିବାର ଜଣାପଡୁଛି। ତଥାପି ଆମକୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ।
ଗତକାଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି RTPCR ଟେଷ୍ଟ ଲାବ୍ରୋଟୋରୀ ପ୍ରସ୍ତୁତ କରାଯିବ। ତେଣୁ ଆମର ଟେଷ୍ଟିଂ କ୍ଷମତା ବଢ଼ୁଛି। ଯାହାର ଆବଶ୍ୟକ ତାହାର ଟେଷ୍ଟିଂକୁ ଗୁରୁତ୍ୱ ଦେଉଛୁ। ଜାତୀୟ ହାର ଠୁ ଆମର ଭଲ ସ୍ଥିତି ଅଛି। ମାତ୍ର ଆମ ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ହାର ଅଧିକ ରହିଛି। ଲକଡ଼ାଉନର ପ୍ରଭାବ ନିଶ୍ଚିତ ପଡିବ।
ସେହିପରି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ ବ୍ଲାକ ଫଙ୍ଗସ କିଛି ନୂଆ ରୋଗ ନୁହେଁ। ଏହା ପୂର୍ବରୁ ବି ଥିଲା। ଆମର ବର୍ତ୍ତମାନ ଦେଖିବାର ଅଛି କି କୋଭିଡ ପେସେଣ୍ଟ, ଆଇସିୟୁ ଭଳି ସ୍ଥାନରେ ଦେଖାଯାଉଛି କି ନାହିଁ। ସେହିପରି ତୃତୀୟ ଲହର ଏକ ଅନୁମାନ ମାତ୍ର। ଏଥିପାଇଁ ଆମକୁ ସତର୍କ ରହି ଟ୍ରାନ୍ସମିସନ୍ ଚେନ୍ ବ୍ରେକ୍ କରିବାକୁ ହେବ।