Odisha Link
Bridging the Missing Links in Odisha

ସାଧୁ, ସନ୍ଥ, ଭିକାରୀ ଓ ମାନସିକ ବିକୃତଙ୍କୁ ଦିଆଯିବ ଟିକା

ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଦିନକୁ ଦିନ ଆକ୍ରାନଙ୍କ ସଂଖ୍ୟା ହୁହୁ ବଢ଼ୁଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଟିକରକରଣ କାର୍ଯ୍ୟ ଜୋରଦାର ଚାଲିଛି। ଏହାରି ମଧ୍ୟରେ ସାଧୁ, ସନ୍ଥ, ଅସହାୟ, ଭିକାରୀ ଓ ମାନସିକ ବିକୃତ ଲୋକଙ୍କୁ ଟିକା ଦିଆଯିବ ନେଇ ନିଷ୍ପତ୍ତି ହୋଇଛି।

ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ  ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ ସବୁ ଜିଲ୍ଲାପାଳ ଓ ମୁନସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି।

ଟିକା ପାଇଁ ୭ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡ଼ୁଛି।  ସାଧୁସନ୍ଥ ଓ ଭିକାରୀଙ୍କ ଭଳି କିଛି ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ଏସବୁ କିଛି ନାହିଁ। ସେମାନଙ୍କୁ ବି ସଂକ୍ରମଣ ଭୟ ରହୁଛି। ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକାକରଣ କରାଯାଉ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ କହିଛନ୍ତି।

Leave A Reply

Your email address will not be published.