Odisha Link
Bridging the Missing Links in Odisha

ରାଜ୍ୟର କରୋନା ସ୍ଥିତି: ନବୀନଙ୍କ ସହ କଥା ହେଲେ ଧର୍ମେନ୍ଦ୍ର

କୋଭିଡ ପରିଚାଳନାରେ ସିଭିଲ ସୋସାଇଟିକୁ ସାମିଲ ପାଇଁ ଧର୍ମେନ୍ଦ୍ର ପରାମର୍ଶ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କଲାଣି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି।ଲକ୍‌ଡାଉନ ଲାଗୁ ହୋଇଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି।

ରାଜ୍ୟରେ କରୋନା ସ୍ଥିତି ଓ ପରିଚାଳନା ନେଇ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏହି ଅବସରରେ ଆଗାମୀ ୧୫ ଦିନ ରାଜ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ଧର୍ମେନ୍ଦ୍ର କହିଛନ୍ତି। କୋଭିଡ ପରିଚାଳନାରେ ସିଭିଲ ସୋସାଇଟିକୁ ସାମିଲ ପାଇଁ ଧର୍ମେନ୍ଦ୍ର ପରାମର୍ଶ ଦେଇଛନ୍ତି। ଏହାଛଡ଼ା ସବୁ ରାଜନୈତିକ ଦଳର ସଦସ୍ୟମାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ମଧ୍ୟ କହିଛନ୍ତି। ଗାଁ ଓ ପୌରାଞ୍ଚଳରେ କ୍ରାଇସିସି ମ୍ୟାନେଜମେଣ୍ଟ କମିଟି ଗଠନ ପାଇଁ ଧର୍ମେନ୍ଦ୍ର କହିଛନ୍ତି ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି ଯେ, ଟିକା ଯୋଗାଣ ତ୍ୱରାନ୍ୱିତ କରିବାକୁ ମୁଖ୍ୟମନ୍ତ୍ରୀ ମୋତେ କହିଛନ୍ତି। ତେବେ ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କଥା ହୋଇଛି ଓ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଁ ଜଣାଇଥିବା ଧର୍ମେନ୍ଦ୍ର କହିଛନ୍ତି।

Leave A Reply

Your email address will not be published.