Odisha Link
Bridging the Missing Links in Odisha

‘ରାଜ୍ୟରେ ଆତଙ୍କିତ ହେଲା ଭଳି କରୋନା ସ୍ଥିତି ନାହିଁ’

ଗତକିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିଛି।

ଓଏଲ୍‌ ବ୍ୟୁରୋ: କରୋନା ସ୍ଥିତିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ରବିବାର ରାଜ୍ୟରେ ୧୦ଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ଏବେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୨ରୁ ତଳେ ରହିଛି। ଏହାସହ ରାଜ୍ୟରେ ମୋଟ ସକ୍ରିୟ ରୋଗୀ ସଂଖ୍ୟା ୫୩ ରହିଛି। ସେହିଭଳି ଜଣେ କୋଭିଡ ରୋଗୀ ହସ୍ପିଟାଲରେ ଆଡମିସନ ହୋଇଛନ୍ତି।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ଗତକିଛି ଦିନ ହେବ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ଘଟିଛି। କେରଳ, ମହାରାଷ୍ଟ୍ର, ତାମିଲନାଡୁ, ରାଜ୍ୟସ୍ଥାନରେ ମଧ୍ୟ କିଛି ପଜିଟିଭ କେସ ସାମ୍ନାକୁ ଆସିଛି। ସାରା ଦେଶରେ ୬ ହଜାର ୩୦୦ ଆକ୍ଟିଭ କେସ ରହିଛି। ରାଜ୍ୟରେ ଏବେ ଆତଙ୍କିତ ହେଲା ଭଲି ସ୍ଥିତି ନାହିଁ। ସମସ୍ତ ଜିଲ୍ଲାକୁ ଚିଠି ମାଧ୍ୟମରେ ସଜାଗ କରାଯାଇଛି। ଅଧିକ ଥଣ୍ଡା, କାଶ, ଜ୍ଵର ରୋଗୀ ମାନଙ୍କର କୋଭିଡ ପରୀକ୍ଷା କରିବାକୁ ମଧ୍ୟ ଜିଲ୍ଲା ଅଧିକାରୀ ମାନଙ୍କୁ କୁହାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.