Odisha Link
Bridging the Missing Links in Odisha

କରୋନା ସ୍ଥିତି ମୁକାବିଲା ନେଇ ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ହୁ ହୁ ହୋଇ ବଢିବାରେ ଲାଗିଛି ସଂକ୍ରମଣ ହାର। ଏହାକୁ ଦୃଷ୍ଟିରେ ରଖି କରୋନା ମୁକାବିଲା ନେଇ ଆଜି ବସିବାକୁ ଯାଉଛି ସର୍ବଦଳୀୟ ବୈଠକ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ବିଧାନସଭା ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ସର୍ବଦଳୀୟ ବୈଠକରେ ମନ୍ତ୍ରୀ, ବିଧାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ଯୋଗଦେବେ।

ତେବେ କଂଗ୍ରେସ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ପାଇଁ ଦାବି କରିଥିଲେ।ମହାମାରୀ ନିୟନ୍ତ୍ରଣ ନେଇ ସରକାର କଣ ପଦକ୍ଷେପ ନେଇଛନ୍ତି, ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାୟକମାନଙ୍କୁ ଅବଗତ କରାଇବେ। ଅନ୍ୟପଟେ ସର୍ବଦଳୀୟ ବୈଠକରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଅବଧି ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯିବ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି।

କୋଭିଡ ଦ୍ବିତୀୟ ଲହରରେ ସରକାରଙ୍କ ପରିଚାଳନଗତ ତ୍ରୁଟି ରହିଛି। ହସ୍ପିଟାଲରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ ଅଭାବ। ଠିକ୍‌ ଭାବେ ଟିକା ଜିଲ୍ଲାଗୁଡ଼ିକୁ ପଠାଯାଉନାହିଁ। ଜିଲ୍ଲାରେ ଏ ପର୍ଯ୍ୟନ୍ତ ଅକ୍ସିଜେନ୍‌ ପ୍ଲାଣ୍ଟ୍‌ ପ୍ରତିଷ୍ଠା ହୋଇପାରିନାହିଁ। କେବଳ ଭୁବନେଶ୍ବରରେ ଭିଆଇପି ଚିକିତ୍ସା ଚାଲିଛି। ଜିଲ୍ଲା ସ୍ଥିତି ଶୋଚନୀୟ। ରୋଗୀଙ୍କ ଶରୀରରେ ଅକ୍ସିଜେନ୍‌ ମାପିବା ପାଇଁ ସରକାର ପ୍ରତି ପଞ୍ଚାୟତରେ ପର୍ଯ୍ୟାପ୍ତ ଅକ୍ସିମିଟର ଯୋଗାଇ ଦେବାକୁ ଦାବି କରାଯିବ ବୋଲି ବିଷ୍ଣୁ ସେଠୀ କହିଛନ୍ତି।

Leave A Reply

Your email address will not be published.