Odisha Link
Bridging the Missing Links in Odisha

ଆଜି ବଣ୍ଟନ ହେବ କରୋନା ବିରୋଧି ଔଷଧ ‘ଟୁ-ଡିଜି’

ଆଜି ବଣ୍ଟନ ହେବ କରୋନା ବିରୋଧି ଔଷଧ ‘ଟୁ-ଡିଜି’

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବା ପାଇଁ ଆଜି ବଣ୍ଟନ ହେବ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧ -୨ଡିଜି। ସକାଳ ସାଢେ ୧୦ଟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଆଣ୍ଟି କୋଭିଡ ଔଷଧର ପ୍ରଥମ ବ୍ୟାଚ୍ ଲଞ୍ଚ କରିବେ। ଏହି ଔଷଧ ଡିଆରଡିଓର ଇନଷ୍ଟିଚ୍ୟୁଟ୍ ଅଫ ନିଉକ୍ଲିଅର ଆଣ୍ଡ ଆଲାଏଡ ସାଇନସ୍ ଏବଂ ହାଇଦ୍ରାବାଦ ସ୍ଥିତ ଡକ୍ଟର ରେଡି ଲ୍ୟାବ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି।

ଏହି ଔଷଧ ପାଉଡର ଗୁଣ୍ଡ ଆକାରରେ ମିଳିବ ଏବଂ ଏହାକୁ ପାଣିରେ ମିଶାଇ ପିଆଯାଇ ପାରିବ। ଡିଆରଡିଓ ପକ୍ଷରୁ କୁହାଯାଇଛି ଏହି ଔଷଧ ଯେଉଁ କେତେକ କରୋନା ରୋଗୀଙ୍କୁ ଟ୍ରାଏଲ୍ ପାଇଁ ଦିଆଯାଇଥିଲା ତାଙ୍କ ଆରଟିପିସିଆର ଟେଷ୍ଟ କମ୍ ଦିନରେ ନେଗେଟିଭ୍ ଆସିଛି।

ପ୍ରଥମ ବ୍ୟାଚରେ ୧୦ ହଜାର ଡୋଜ୍ ବଜାରକୁ ଆସିବ। ଏହି ଔଷଧକୁ ସାମାନ୍ୟ ଏବଂ ମଧ୍ୟମ ଲକ୍ଷଣ ଥିବା କୋରୋନା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରିବ। ଏହି ଔଷଧର ‘ମଲିକ୍ୟୁଲ୍’ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କୁ ଶୀଘ୍ର ସୁସ୍ଥ କରିବା ସହ ଅମ୍ଳଜାନ ନିର୍ଭରଶୀଳତା ହ୍ରାସ କରିବ।

ଡିଆରଡିଓ ଓ ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ଲାବୋରେଟୋରୀ ସହଯୋଗରେ ଏହି ଔଷଧକୁ ବିକଶିତ କରାଯାଇଛି। କ୍ଲିନିକାଲ୍ ପରୀକ୍ଷା ଫଳାଫଳରେ ଏହି ଆଣ୍ଟି-କୋଭିଡ୍ ଡ୍ରଗ୍ ହସ୍ପିଟାଲରେ ଭର୍ତ୍ତି ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାରେ ସାହାଯ୍ୟ କରିଥାଏ। ଏଥିରେ କୌଣସି ପ୍ରକାରର ପାର୍ଶ୍ବ ପ୍ରତିକ୍ରିୟା ନାହିଁ।

Leave A Reply

Your email address will not be published.