Odisha Link
Bridging the Missing Links in Odisha

ଟିକାକରଣ: ଦ୍ୱିତୀୟ ଡୋଜର ସମୟରେ ପରିବର୍ତ୍ତନ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। କରୋନାକୁ ମାତ ଦେବା ପାଇଁ ରାଜ୍ୟରେ ଏବେ ଟିକାକରଣ କାର୍ଯ୍ୟ ଜୋରଦାର ଚାଲିଛି। ତେବେ ଏହାରି ଭିତରେ ଟିକାକରଣ ସମୟରେ ପରିବର୍ତ୍ତନ କରାଯାଇଛି। କୋଭିସିଲ୍ଡ ଟିକାର ଦ୍ୱିତୀୟ ଡୋଜ ସମ୍ପର୍କରେ ନିୟମ ପରିବର୍ତ୍ତନ କରାଯାଇଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିୟମ ପରିବର୍ତ୍ତନ କରାଯାଇଛି। ପ୍ରଥମେ ପ୍ରଥମ ଡୋଜ ନେବାର ୨୮ ଦିନ ଅର୍ଥାତ ୪ ସପ୍ତାହ ପରେ ଦ୍ୱିତୀୟ ଡୋଜ ଦିଆଯାଉଥିଲା। କିନ୍ତୁ ଏବେ ୪ ସପ୍ତାହ ନୁହେଁ, ୬ସପ୍ତାହ ପରେ କୋଭିସିଲ୍ଡ ଦ୍ୱିତୀୟ ଡୋଜ ଦିଆଯିବ।  ପ୍ରଥମ ଡୋଜର ୪୨ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନିଆଯାଇପାରିବ।

ପଞ୍ଜୀକରଣ ପାଇଁ କୋୱିନ ଆପରେ ମଧ୍ୟ ବ୍ୟବସ୍ଥା ବଦଳିଥିବା ସୂଚନା ମିଳିଛି। ପ୍ରଥମ ଡୋଜ ନେବାର ୪ରୁ ୬ ସପ୍ତାହ ମଧ୍ୟରେ ଆସିଲେ ଦ୍ୱିତୀୟ ଡୋଜ ମିଳିବ ନାହିଁ। ଏନେଇ ଟିକାକରଣରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜଣାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.