Odisha Link
Bridging the Missing Links in Odisha

୫୦ ତମ ସମ୍ମାନଜନକ ଡକ୍ଟରେଟ ଡିଗ୍ରୀ ପାଇଲେ ଡ.ଅଚ୍ୟୁତ ସାମନ୍ତ

ଓଏଲ୍‌ ବ୍ୟୁରୋ: ବିଶିଷ୍ଟ ଶିକ୍ଷାବିତ୍‍, ସମାଜସେବୀ, କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍‍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ଅନୁଷ୍ଠିତ ବିଶ୍ୱବିଦ୍ୟାଳୟର ୫୨ତମ ସମାବର୍ତ୍ତନ ଉତ୍ସବରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଭି. ଗୋପାଳ ଗୌଡ଼ା, ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଓ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଉପସ୍ଥିତିରେ କୁଳାଧିପତି ତଥା ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‍, ଅଚ୍ୟୁତ ସାମନ୍ତଙ୍କୁ ଏହି ସମ୍ମାନସୂଚକ ଡକ୍ଟୋରେଟ୍‍ ଡିଗ୍ରୀ ପ୍ରଦାନ କରିଥିଲେ ।

ଡ. ଅଚ୍ୟୁତ ସାମନ୍ତଙ୍କର ଏହା ୫୦ତମ ସମ୍ମାନସୂଚକ ଡକ୍ଟରେଟ୍‌ । ପୂର୍ବରୁ ଦେଶବିଦେଶର ବିଭିନ୍ନ ବିଦ୍ୟାଳୟରୁ ୪୯ଟି ସମ୍ମାନସୂଚକ ଡକ୍ଟରେଟ୍‌ ଡିଗ୍ରୀ ପାଇଥିଲେ। ଗୌରବର କଥା ନିଜେ ଅଧ୍ୟୟନ କରିଥିବା ବିଶ୍ୱବିଦ୍ୟାଳୟରୁ ଡ. ସାମନ୍ତଙ୍କୁ ଆଜି ପ୍ରଦାନ କରାଯାଇଛି ୫୦ ତମ ଡକ୍ଟରେଟ୍‌ ଡିଗ୍ରୀ।

ଉତ୍କଳ ବିଶ୍ୱବିଦ୍ୟାଳୟର ୫୨ ତମ ସମାବର୍ତ୍ତନ ଉତ୍ସବରେ ୨୦୨୧-୨୨ ଶିକ୍ଷାବର୍ଷରେ ୧୬୩ ଜଣଙ୍କୁ ପିଏଚଡି ଓ ପିଜି ପାଠ୍ୟକ୍ରମରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିବା ୯୯ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି।

Leave A Reply

Your email address will not be published.