Odisha Link
Bridging the Missing Links in Odisha

ଆଇଏଏସ୍ ସ୍ତରରେ ଅଦଳବଦଳ; ପୁରୀ ଜିଲ୍ଲାପାଳ ଭାବେ ଦାଇତ୍ୱ ନେଲେ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ

ଓଏଲ୍‌ ବ୍ୟୁରୋ: ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି। ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାପାଳଙ୍କ ମଧ୍ୟ ବଦଳି କରାଯାଇଛି। ମୟୂରଭଂଜ ଜିଲ୍ଲାପାଳ ଆଶିଷ ଠାକରେ ହେଲେ ବାଲେଶ୍ବର ଜିଲ୍ଲାପାଳ। ପୁରୀ ଜିଲ୍ଲାପାଳ ବିଜୟ ଦାଶ ହେଲେ କଟକ ମହାନଗର କମିଶନର। କଟକ କମିଶନର ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ହେଲେ ପୁରୀ ଜିଲ୍ଲାପାଳ। ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ହେଲେ ମୟୂରଭଂଜ ଜିଲ୍ଲାପାଳ।

ଅନ୍ୟପଟେ, ଓଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ନିକଟରେ କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଥରେ କିଛି ଅଧିକାରୀଙ୍କୁ ବଦଳି କରାଯାଇଛି। ମୋଟ ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି।

ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ୩୦ ଜଣ ବିଡିଓ ଓ ୫ ଜଣ ଡେପୁଟି କଲେକ୍ଟର ରହିଛନ୍ତି। ଏହି ଅଧିକାରୀମାନେ ଯଥା ସମ୍ଭବ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି।

Leave A Reply

Your email address will not be published.