Odisha Link
Bridging the Missing Links in Odisha

ଟ୍ବିନ୍‌ ସିଟିରେ ଆଇସିୟୁ ଯାଞ୍ଚ କରିବ ସ୍ୱତନ୍ତ୍ର ଟିମ୍

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିୟୁ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢି ଚାଲିଛି। ଲକ୍‌ଡାଉନ ସଟ୍ଡାଉନ ସତ୍ତ୍ବେ ସକ୍ରଂମଣ ହାର ଥମୁନାହିଁ। ଫଳରେ ଚିକିତ୍ସା ପାଇଁ ଆଇସିୟୁ ପାଇଁ ଲୋକେ ହଇରାଣ ହେଉଛନ୍ତି। ଏଥିସହ ଗୁରୁତର ନଥାଇ ବି ରୋଗୀ ଆଇସିୟୁ ଜାଗା ମାଡ଼ି ବସୁଥିବା ନେଇ ଅଭିଯୋଗ ହେଉଥିଲା। ଏହାକୁ ଦୃଷ୍ଟିର ରଖି ପ୍ରକୃତ ରୋଗୀଙ୍କୁ ଆଇସିୟୁ ମିଳୁଛି କି ନାହିଁ ତାହାର ଯାଞ୍ଚ କରାଯିବ।

କଟକ ଓ ଭୁବନେଶ୍ୱରରେ ଆଇସିୟୁ ଯାଞ୍ଚ କରିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଇସିୟୁ ଯାଞ୍ଚ ପାଇଁ ୪ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି। କେବଳ ଗୁରୁତର ରୋଗୀ ଆଇସିୟୁରେ ରହିପାରିବେ ତାହାର ଯାଞ୍ଚ କରାଯିବ। ଫଳରେ ପ୍ରକୃତରେ ଆବଶ୍ୟକ ରୋଗୀ ଆଇସିୟୁ ପାଇପାରିବ।

Leave A Reply

Your email address will not be published.