Odisha Link
Bridging the Missing Links in Odisha

କରୋନା: ଲକଡାଉନ ଅବଧି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

୧୫ ଦିନ ପର୍ଯ୍ୟନ୍ତ ଲକଡାଉନ ବଢାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି

କୋଲକାତା: ଦେଶରେ ଅଣାୟତ୍ତ ହେଲାଣି ମହାମରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ଲକଡାଉନ ଓ ସଟଡାଉନ ଲାଗୁ କରାଯାଇଛି। ଏହା ସତ୍ତ୍ୱେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନା ନେଉନି। ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏହାରି ଭିତରେ ପଶ୍ଚିମବଙ୍ଗରେ ମଧ୍ୟ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପଶ୍ଚିମବଙ୍ଗରେ ମଧ୍ୟ ଲକଡାଉନ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି। କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଉ ୧୫ ଦିନ ପର୍ଯ୍ୟନ୍ତ ଲକଡାଉନ ବଢାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଅବଧି ବୃଦ୍ଧି ସହ ଲକଡାଉନ କଟକଣାକୁ ଅଧିକ କଡ଼ାକଡ଼ି କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ପରେ ପଶ୍ଚିମବଙ୍ଗ ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଏଥିସହ ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ଦୋକାନ ସକାଳ ୭ରୁ ୧୦ ଯାଏଁ ଖୋଲା ରଖିବାକୁ ଘୋଷଣା କରାଯାଇଛି।

Leave A Reply

Your email address will not be published.