Odisha Link
Bridging the Missing Links in Odisha

କରୋନା କବଳରେ ମାଓବାଦୀ, ସଂକ୍ରମିତଙ୍କୁ ଆତ୍ମସମର୍ପଣ ଆହ୍ୱାନ: ଡିଜିପି

କରୋନା ସଂକ୍ରମିତ ମାଓବାଦୀ ଆତ୍ମସମର୍ପଣ କରନ୍ତୁ ସେମାନଙ୍କ ଚିକିତ୍ସା ସମେତ ସମସ୍ତ କଥା ବୁଝାଯିବ

ଭୁବନେଶ୍ୱର: କାୟା ମେଲାଇ ଚାଲିଛି ମହାମାରୀ କରୋନ। କରୋନା କବଳରେ ମାଓ ଶିବିର। କରୋନାରେ ଆକ୍ରାନ୍ତ ହୋଇ କିଛି ମାଓବାଦୀଙ୍କ ମୃତୁ୍ୟ ମଧ୍ୟ ହୋଇଛି। ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମିତ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଡିଜିପି ଅଭୟ ଆହ୍ୱାନ ଦେଇଛନ୍ତି।

ମାଲକାନଗିରି ଜିଲ୍ଲା ସୀମା ମୋଟୁରେ ମାଓ ମୁକାବିଲା ନେଇ ବରିଷ୍ଠ ଅଧିକାରୀଙ୍କ ସହ ବିଏସଏଫ କ୍ୟାମ୍ପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଡିଜିପି ଏଭଳି ଆହ୍ୱାନ ଦେଇଛନ୍ତି। ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ ଯଦି କେହି ମାଓବାଦୀ କରୋନା ସଂକ୍ରମିତ ତେବେ ସେମାନେ ଆତ୍ମସମର୍ପଣ କରନ୍ତୁ ଏବଂ ସେମାନଙ୍କ ଚିକିତ୍ସା ସମେତ ସମସ୍ତ କଥା ବୁଝାଯିବ ବୋଲି ଡିଜିପି କହିଛନ୍ତି।

ସୂଚନାଯୋଗ୍ୟ, ଆତ୍ମସମର୍ପଣ ପରେ ମାଓବାଦୀଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ମାଲକାନଗିରି ଏସପିଙ୍କ ଘୋଷଣା ପରେ ଗୁରୁବାର କରୋନା ଆକ୍ରାନ୍ତ ମାଓଦମ୍ପତି ଆତ୍ମସମର୍ପଣ କରିଥିଲେ। ଛତିଶଗଡ଼ କାଙ୍କେର ପୁଲିସ ନିକଟରେ ମାଓ ଦମ୍ପତି ଆତ୍ମସମର୍ପଣ କରିଥିଲେ। କରୋନା ଲକ୍ଷଣ ଥିବାରୁ ସେମାନେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।

Leave A Reply

Your email address will not be published.