Odisha Link
Bridging the Missing Links in Odisha

ନକଲି ସାର୍ଟିଫିକେଟ୍ ମାମଲା: ଅଭିଯୁକ୍ତ ଆଲୋକ ଉଦ୍‌ଗାତା ଗୁରୁତର

ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଓଏଲ୍‌ ବ୍ୟୁରୋ: ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣା ସାମ୍ନାକୁ ଆସିଥିଲା। ପ୍ରଥମେ ବଲାଙ୍ଗୀରରୁ ଧରାପଡିଥିବା ନକଲି ସାର୍ଟିଫିକେଟ ରାକେଟ ଏବେ ସାରା ରାଜ୍ୟରେ ବ୍ୟାପିଥିବା, ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି। ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚ ଟିମ ବଲାଙ୍ଗୀର ଯାଇ ତଦନ୍ତ ଆରମ୍ଭ କରିଛି। ପୂର୍ବରୁ କ୍ରାଇମବ୍ରାଞ୍ଚ୍‌ ଫେକ୍‌ ସାର୍ଟିଫିକେଟ୍‌ ମାମଲାରେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ସମେତ ଆଉ ୪ଜଣଙ୍କୁ ରିମାଣ୍ଡରେ ନେଇଥିଲା।

ଖବର ଅନୁସାରେ, ନକଲି ସାର୍ଟିଫିକେଟ ଦେଇ ଚାକିରୀ କରିବା ଘଟଣାରେ ରିମାଣ୍ଡରେ ଆଲୋକଙ୍କ ସମେତ ୪ ଜଣଙ୍କୁ ଆଣିଥିଲା କ୍ରାଇମବ୍ରାଞ୍ଚ୍‌। ଆଜି ରିମାଣ୍ଡ ସରୁଥିବାରୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ। ହେଲେ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ସହଯୋଗୀ ଆଲୋକ ଉଦ୍‌ଗାତା ଅସୁସ୍ତ ଥିବାରୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଥିବାବେଳେ ନକଲି ସାର୍ଟିଫିକେଟ୍‌ ଲିଙ୍କ୍‌ରେ ଆଉ ୪ ଜଣଙ୍କୁ ଗିରଫ କରିଛି ଜୟପୁର ଟାଉନ ଥାନା ପୁଲିସ। ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଜାଲ୍‌ ସାର୍ଟିଫିକେଟ୍‌ ଦେଇଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ।

ଗିରଫ ଅଭିଯୁକ୍ତ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଅଞ୍ଚଳର ବାସିନ୍ଦା ବୋଲି ଜଣା ପଡିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ଚୟନ ହୋଇଥିବା ଏହି ବ୍ୟକ୍ତିମାନେ ଯାଞ୍ଚ ସମୟରେ ଧରାପଡ଼ିଛନ୍ତି। ପୂର୍ବରୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକଘରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଂଚି ତଦନ୍ତ ଆରମ୍ଭ କରିବା ସହ ପୋଷ୍ଟାଲ ଅଧୀକ୍ଷକଙ୍କ ସହ ଆଲୋଚନା ଜାରି କରିଥିଲା। ପୂର୍ବରୁ ବଲାଙ୍ଗୀର, କେନ୍ଦ୍ରାପଡା, କନ୍ଧମାଳ, ଫୁଲବାଣୀ, କୋରାପୁଟରୁ ନକଲି ସାର୍ଟିଫିକେଟ୍ ମାମଲା ସାମ୍ନାକୁ ଆସିଥିଲା। କୋରାପୁଟ ଡାକ ବିଭାଗ ଅଧିନରେ ଗ୍ରାମ ସେବକ ପଦବୀ ପାଇଁ, ଚୟନ ହୋଇଥିବା ମୋଟ ୩୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୨ ଜଣଙ୍କ ମାଟ୍ରିକ୍ ସାର୍ଟିଫିକେଟ୍ ନକଲି ଥିବା ଜଣାପଡ଼ିଥିଲା।

Leave A Reply

Your email address will not be published.