Odisha Link
Bridging the Missing Links in Odisha

ଲଢ଼ୁଆ ବିମାନ ସୁଖୋଇ-୩୦ରେ ବସି ଉଡାଣ ଭରିଲେ ମହାମହିମ

ତେଜପୁର ଏୟାରଫୋର୍ସ ଷ୍ଟେସନରେ ରାଷ୍ଟ୍ରପତି ପହଞ୍ଚିବା ପରେ ବାୟୁସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା।

ଓଏଲ୍‌ ବ୍ୟୁରୋ: ତେଜପୁର ଏୟାରଫୋର୍ସ ଷ୍ଟେସନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଦେଖିବାକୁ ମିଳିଥିଲା। ଲଢ଼ୁଆ ବିମାନ ସୁଖୋଇରେ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ। ପ୍ରସ୍ତୁତ ପରେ ଯୁଦ୍ଧ ବିମାନରେ ବସି ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସାମ ସ୍ଥିତ ତେଜପୁର ବାୟୁସେନା ଷ୍ଟେସନରୁ ଯୁଦ୍ଧ ବିମାନ ସୁଖୋଇ-୩୦ ଏମକେଆଇ ବିମାନରେ ବସି ଉଡାଣ ଭରିଛନ୍ତି ରାଷ୍ଟ୍ରପତି। ଏଥିପାଇଁ ତେଜପୁର ବାୟୁସେନା ଷ୍ଟେସନରେ ପହଞ୍ଚିଥିଲେ ରାଷ୍ଟ୍ରପତି।

ତେଜପୁର ଏୟାରଫୋର୍ସ ଷ୍ଟେସନରେ ରାଷ୍ଟ୍ରପତି ପହଞ୍ଚିବା ପରେ ବାୟୁସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ଗାର୍ଡ ଅଫ୍ ଅନର ପରେ ଭାରତର ମହାମହିମ ରାଷ୍ଟ୍ରପତି ମୁର୍ମୁ ଯୁଦ୍ଧ ବିମାନ ସୁଖୋଇରେ ବସି ଉଡାଣ ଭରିଛନ୍ତି। ୩ ସେନାର ପ୍ରମୁଖ କମାଣ୍ଡର ହେଉଛନ୍ତି ମ୍ୟାଡାମ ପ୍ରେସିଡେଣ୍ଟ। କୋ-ପାଇଲଟ ସିଟରେ ବସି ଉଡାଣ ଭରିଛନ୍ତି ରାଷ୍ଟ୍ରପତି। ପୂର୍ବରୁ ଭାରତର ଅନେକ ରାଷ୍ଟ୍ରପତି ବିମାନରେ ବସି ଉଡାଣ ଭରିଥିବା ସୂଚନା ରହିଛି।

Leave A Reply

Your email address will not be published.