Odisha Link
Bridging the Missing Links in Odisha

ଭାର୍ଗବୀ ନଦୀ ବ୍ରିଜ୍‌ ପାଖରୁ ଉଦ୍ଧାର ହେଲା ଜଣେ ନିଖୋଜ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ

ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ ହତ୍ୟା ସନ୍ଦେହ କରାଯାଉଛି।

ଓଏଲ୍‌ ବ୍ୟୁରୋ: ବ୍ରହ୍ମଗିରି ସଦର ଥାନା ବାସୁଦେବପୁର ନିକଟରେ ଘଟିଥିବା ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ବାସୁଦେବପୁର ଭାର୍ଗବୀ ନଦୀ ବ୍ରିଜ୍‌ ନିକଟରୁ କ୍ଷତାକ୍ତ ଅବସ୍ଥାରେ ଜଣଙ୍କ ମୃତଦେହ ମିଳିଛି। ମୃତ ବ୍ୟକ୍ତି ଜଣକ ପରମାନନ୍ଦପୁରର ବାସିନ୍ଦା ବୋଲି ଜଣା ପଡିଛି। ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ମୃତ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ନଥିବାବେଳେ ହତ୍ୟା ସନ୍ଦେହ କରାଯାଉଛି।

ଖବର ଅନୁସାରେ, ପରମାନନ୍ଦପୁରର ଜଣେ ବ୍ୟକ୍ତି ଗତ ୫ ତାରିଖରୁ ନିଖୋଜ ଥିଲେ। ନିଖୋଜ ବ୍ୟକ୍ତିଙ୍କୁ ପରିବାର ଲୋକେ ଅନେକ ଖୋଜାଖୋଜି ପରେ ପାଇବାରେ ସଫଳ ହୋଇନଥିଲେ। ହେଲେ ନିଖୋଜ ହେବାର କିଛି ଦିନ ପରେ ବର୍ତ୍ତମାନ ବାସୁଦେବପୁର ଭାର୍ଗବୀ ନଦୀ ବ୍ରିଜ୍‌ ନିକଟରୁ କ୍ଷତାକ୍ତ ଅବସ୍ଥାରେ ତାଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ଶରୀର ଉଦ୍ଧାର କରିବା ପରେ ପୁଲିସ ତଦନ୍ତ ଜାରି କରିଛି।

Leave A Reply

Your email address will not be published.