Odisha Link
Bridging the Missing Links in Odisha

ଅଷ୍ଟପ୍ରହରୀରେ ପ୍ରସାଦ ଖାଇ ୫ଟି ଗାଁର ପ୍ରାୟ ଶହେରୁ ଅଧିକ ବ୍ୟକ୍ତି ଅସୁସ୍ଥ

ପ୍ରସାଦ ଖାଇବା ପରେ ଝାଡ଼ାବାନ୍ତିରେ ପ୍ରାୟ ଶହେ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଓଏଲ୍‌ ବ୍ୟୁରୋ: ଭୋଜି ଖାଇଯାଇଥିଲେ ସମସ୍ତେ, ହେଲେ ଭୋଜି ଖାଇବା ପରେ ହୋଇଗଲେ ଅସୁସ୍ଥ। ଏଭଳି ଘଟଣା ଘଟିଛି ସାଲେପୁରରେ। କଟକ ସାଲେପୁରର କାନପୁର ଗାଁରେ ଅଷ୍ଟପ୍ରହରୀ ଥିଲା। ଆୟୋଜିତ ଅଷ୍ଟପ୍ରହରୀରେ ପାଖାପାଖି ୫ଟି ଗାଁର ଲୋକେ ପ୍ରସାଦ ଖାଇଥିଲେ। ତେବେ କାନପୁର ଗାଁରେ ଅଷ୍ଟପ୍ରହରୀରେ ପ୍ରସାଦ ଖାଇ ୫ଟି ଗାଁର ପ୍ରାୟ ଶହେରୁ ଅଧିକ ବ୍ୟକ୍ତି ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ପ୍ରସାଦ ଖାଇବା ପରେ ଝାଡ଼ାବାନ୍ତିରେ ପ୍ରାୟ ଶହେ ଲୋକ ଆକ୍ରାନ୍ତ ହୋଇଛନ୍ତି। ଅଷ୍ଟପ୍ରହରୀରେ ପ୍ରସାଦ ଖାଇ ଅସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଗାଁରେ ପହଞ୍ଚିଲେ ସାଲେପୁର ଓ ମାହାଙ୍ଗା ମେଡିକାଲର ୨ଟି ଟିମ୍।

Leave A Reply

Your email address will not be published.