Odisha Link
Bridging the Missing Links in Odisha

ନିଷ୍ଠୁର କରୋନା: ରୋଗୀଙ୍କ ଶବସତ୍କାର କରୁକରୁ ପାଲଟିଗଲେ ଶବ

ହିସରା: ଦେଶରେ ଦେଖିବାକୁ ମିଳୁଛି ମହାମାରୀର କରାଳ ରୂପ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କହାର ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କରୋନାରେ ପ୍ରାଣ ହରାଉଥିବା ଲୋକଙ୍କର ଶବସତ୍କାର କରୁଥିବା ଜଣେ ବ୍ୟକ୍ତି ଏବେ ନିଜେ ଶବ ପାଲଟି ଯାଇଛନ୍ତି।  କରୋନା ଯୁଦ୍ଧରେ ଶେଷରେ ସେ ହାରି ଯାଇଛନ୍ତି।

ସୂଚନା ମୁତାବକ, ହରିଆଣା ଅନ୍ତର୍ଗତ ହିସରା ପୌରପାଳିକାର କାମ କରୁଥିବା ୪୩ ବର୍ଷୀୟ ପ୍ରବୀଣ କୁମାର ପୌରାପାଳିକା ଟିମ୍‌ର ନେତୃତ୍ୱ ନେଇ କରୋନା ଆକ୍ରାନ୍ତଙ୍କ ଶବସତ୍କାର କରୁଥିଲେ। ପଜିଟିଭ ରିପୋର୍ଟ ଆସିବାର ଦୁଇ ଦିନ ପରେ ପ୍ରବୀଣଙ୍କର ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଏକ ହସ୍ପିଟାଲରେ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି।

ହିସରା ପୌରପାଳିକା କର୍ମଚାରୀ ସଂଘର ମୁଖ୍ୟ ଥିବା ପ୍ରବୀଣ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖପାତ୍ର ସୁନୀଲ ବିନୱାଲ କହିଛନ୍ତି, ଗତବର୍ଷ ଠାରୁ ଇତି ମଧ୍ୟରେ ପ୍ରବୀଣ କୁମାର ୩୦୦ରୁ ଅଧିକ କୋଭିଡ୍‌ ଆକ୍ରାନ୍ତଙ୍କ ଶବ ସତ୍କାର କରିଛନ୍ତି। ଦୁଇ ଦିନ ତଳେ ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଆମ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

ପ୍ରବୀଣ କୁମାଙ୍କ ପରିବାରରେ ପତ୍ନୀ ଓ ଦୁଇ ପୁଅ ରହିଛନ୍ତି। ତାଙ୍କର ଗୋଟିଏ ପୁଅ ପୌରପାଳିକାରେ କାମ କରୁଥିବା ବେଳେ ଅନ୍ୟ ପୁଅଟି ପାଠ ପଢ଼ୁଛନ୍ତି।କୁମାରଙ୍କ ସହ ତାଙ୍କର ଦୁଇ ଭାଇ ମଧ୍ୟ ପୌରପାଳିକାରେ ଚାକିରି କରୁଥିଲେ।

Leave A Reply

Your email address will not be published.