Odisha Link
Bridging the Missing Links in Odisha

ରଥଖଳା: ବାୟୋ ବବଲରେ ବି ପଶିଲା କରୋନା, ଆଉ ୨ ସେବାୟତ ପଜିଟିଭ ଚିହ୍ନଟ

ପୁରୀ: କରୋନା ପଜିଟିଭ ଚିହ୍ନଟ ହେବା ପରେ ରଥଖଳାକୁ ବାୟୋ ବବଲରେ ପରିଣତ କରା ଯାଇଥିଲା। ହେଲେ ବାୟୋ ବବଲ ଜାରି ହେବା ପରେ ମଧ୍ୟ ଶନିବାର ରଥଖଳାରୁ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ମୁତାବିକ, ପଜିଟିଭ ମଧ୍ୟରେ ଜଣେ ସହଯୋଗୀ ମହାରଣା ଓ ଜଣେ ଭୋଇ ସେବାୟତ ରହିଛନ୍ତି। ଆଜିକୁ ମିଶାଇ ରଥଖଳାରେ ସମୁଦାୟ ୨୦ରେ ପହଞ୍ଚିଛି ପଜିଟିଭ ଆକ୍ରାନ୍ତ ସଂଖ୍ୟା। ସେମାନଙ୍କର ନୀଳାଚଳ ଭକ୍ତ ନିବାସରେ ଚିକିତ୍ସା ଚାଲିଛି।

ଏବେ ମୋଟ ୭୯ ଜଣ ରଥ ନିର୍ମାଣକାରୀ ସେବକ କାମରେ ଲାଗିଛନ୍ତି। ୩୦ ମହାରଣା, ୩୦ ଭୋଇ, ୪ କରତି, ୧୨ କମାର, ଅନ୍ୟ ୩ ଜଣ ସହାୟକ ସେବକ କାମରେ ଲାଗିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ବାୟୋ ବବଲ ବଳୟରେ ରଖାଯାଇଛି । ସମସ୍ତ ରଥ କାରିଗରଙ୍କୁ ପ୍ରଥମ ଡୋଜ୍‌ କରୋନା ଟିକା ଦିଆସରିଛି। ଏଥିସହ ସମସ୍ତଙ୍କ ନିମନ୍ତେ ସ୍ୱତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ରଥ ନିର୍ମାଣ ନିମନ୍ତେ ନିୟୋଜିତ ହେବାକୁ ଥିବା ସେବକଙ୍କୁ ସଂଗରୋଧରେ ରଖି ଯାଞ୍ଚ ବେଳେ ୨୦ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.