Odisha Link
Bridging the Missing Links in Odisha

ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ କଲା ପୂର୍ବାନୁମାନ

ଭୁବନେଶ୍ବର: ସ୍ଥଳଭାଗକୁ ମାଡ଼ି ଆସୁଛି ବାତ୍ୟା ୟଶ୍। ଏହାପୂର୍ବରୁ ରାଜ୍ୟରେ ଆସନ୍ତା ତିନି ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା କରିଛି ପାଣିପାଗ ବିଭାଗ। ଏଥିସହିତ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

ଏହି ସମୟରେ ୩୦ ରୁ ୪୦ କି.ମି ବେଗରେ ପବନ ବହିବାର ଆକଳନ କରିଛି ପାଣିପାଗ ବିଭାଗ। ୪ ଦିନ ହେଲା ଭୀଷଣ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଥିବା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତ କରିବ କାଳବୈଶାଖୀ।

ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡ଼ିକ ହେଉଛି କଟକ , ଖୋର୍ଦ୍ଧା, କେନ୍ଦ୍ରାପଡା, ଜାଗତସିଂହପୁର, ଯାଜପୁର ମୟୁରଭଞ୍ଜ, କାନ୍ଧମାଳ, ରାୟଗଡା, କୋରାପୁଟ, ଗଞ୍ଜାମ ଏବଂ ଗଜପତି। ଏହି ସବୁ ଜିଲ୍ଲା ଗୁଡିକରେ ବଜ୍ରପାତ ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Leave A Reply

Your email address will not be published.