Odisha Link
Bridging the Missing Links in Odisha

ଏଣିକି ବିନା ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂରେ ଟିକାକରଣ

ନୂଆଦିଲ୍ଲୀ: ଏଣିକି ଆଉ ଲୋଡ଼ା ନାହିଁ ରେଜିଷ୍ଟ୍ରେସନ୍। ଟିକାକରଣ ପାଇଁ ରେଜିଷ୍ଟ୍ରେସନ୍ ଓ ସ୍ଲଟ୍ ବୁକିଂ ଦରକାର ନାହିଁ। ୧୮ବର୍ଷରୁ ଊଦ୍ଧ୍ୱର୍ ଯେ କୌଣସି ଭାରତୀୟ ନାଗରିକ ସିଧାସଳଖ ଟିକାକେନ୍ଦ୍ରକୁ ଯାଇ ସେଠାରେ ଟିକା ନେଇପାରିବେ। ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅନଲାଇନ୍ ରେଜିଷ୍ଟ୍ରେସନ୍ ଓ ବୁକିଂ ଆଉ ବାଧ୍ୟତାମୂଳକ ରହିବନି। ଟିକାକରଣ କେନ୍ଦ୍ରରେ ସିଧାସଳଖ ହେବ ପଞ୍ଜୀକରଣ ଏବଂ ଜଣେ ସହଜରେ ନିକଟସ୍ଥ କେନ୍ଦ୍ରରେ ଟିକା ନେଇପାରିବେ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସୂଚନାଯୋଗ୍ୟ ଗତ ୧୩ ତାରିଖ ସୁଦ୍ଧା କୋୱିନ୍ ଜରିଆରେ ମୋଟ ୨୪ କୋଟି ୮୪ ଲକ୍ଷ ଟିକାକରଣ ହୋଇଛି। ତେବେ ସେ ମଧ୍ୟରୁ ୧୯ କୋଟି ୮୪ ଲକ୍ଷ ତଥା ୮୦ ପ୍ରତିଶତ କେବଳ ଟିକାକରଣ କେନ୍ଦ୍ରରେ ସିଧାସଳଖ ପଞ୍ଜୀକରଣ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.