ନକଲି ଔଷଧ ମାମଲାରେ ଅଭିଯୁକ୍ତ ଶିବ ଜେନା ଗିରଫ

ଭୁବନେଶ୍ବର: ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ମେଡିଲଏଡ ମେଡିକାମେଣ୍ଟ ସଂସ୍ଥାର ଏମଡି ଶିବ ଜେନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍।
ଗତକାଲି ଏହି ମାମଲାରେ ଏସଟିଏଫ୍ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ସଂସ୍ଥାର ନିର୍ଦ୍ଦେଶିକା ତଥା ଶିବଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା, ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ା ଓ ଗୋଡାଉନ୍ ଇନ୍ଚାର୍ଜ ସତ୍ୟପ୍ରକାଶ ମହାନ୍ତି। ଏ ସମସ୍ତଙ୍କୁ ଗିରଫ ପରେ କଟକ ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଚୌଦ୍ବାର ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
କଟକର ଏହି କମ୍ପାନି କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଫାଭିମାକ୍ସ ଭଳି ଏକ ନାମୀ ଓ ଫଳପ୍ରଦ ବ୍ରାଣ୍ଡର ନକଲି ଔଷଧ ସାରା ରାଜ୍ୟରେ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଲାଭ କରୁଥିଲା। ଔଷଧ ଷ୍ଟ୍ରିପ୍ ପିଛା ୬୫ ଟଙ୍କାରେ କିଣା ହେଉଥିଲା ଆଉ ଖୋଲା ବଜାରରେ ୧୨୯୦ ଟଙ୍କାରେ ବିକ୍ରି ହେଉଥିଲା।