Odisha Link
Bridging the Missing Links in Odisha

ସାଇକେଲରେ ବ୍ରେଡ ଓ ଅଣ୍ଡା ବିକ୍ରି କରୁଛନ୍ତି ସୋନୁ, ଭିଡିଓ ଭାଇରାଲ…

ମୁମ୍ବାଇ: ବଲିଉଡ ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ ସାଇକଲରେ ବୁଲି ବୁଲି ବିକ୍ରି କରୁଛନ୍ତି ବ୍ରେଡ୍ ଅଣ୍ଡା। ନିକଟରେ ଢ଼ାବା ଏବଂ ସରବତ୍ ପରେ ଏବେ ନିଜର ଏକ ସୁପର ମାର୍କେଟ୍ ଖୋଲିଛନ୍ତି ସୋନୁ। ଏକ ଭିଡିଓ ଜରିଆରେ ସୋନୁ ବ୍ରେଡ୍ ଆଉ ଅଣ୍ଡା ସାଇକଲରେ ଲଦି ବିକ୍ରି କରୁଛନ୍ତି।

ଏହି ଭିଡିଓଟିକୁ ସୋନୁ ନିଜ ଇନ୍‌ଷ୍ଟାଗ୍ରାମରେ ସେଆର କରି କ୍ୟାପସନ୍‌ରେ ଲେଖିଛନ୍ତି, ‘ମୁଁ ନିଜର ନୂଆ ସୁପର ମାର୍କେଟ୍ ଖୋଲି ସାରିଛି।’  ଆଉ ଏହାର ନାମ ହେଉଛି ‘ସୋନୁ ସୁଦ କା ସୁପରମାର୍କେଟ’।

ଭିଡ଼ିଓରେ ସୋନୁ କହିଛନ୍ତି ଯେ, ‘କିଏ କହୁଛି ମଲ୍ ବନ୍ଦ ଅଛି। ଆମର ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମହଙ୍ଗା ଦୋକାନ ଅଛି। ଦେଖନ୍ତୁ ଏଥିରେ ସବୁକିଛି ଅଛି, ଅଣ୍ଡା ଅଛି, ଯାହାର ମୂଲ୍ୟ ବର୍ତ୍ତମାନ ୬ ଟଙ୍କା। ଏହା ପରେ ପାଉଁରୁଟି ଅଛି, ବଡ ପାଉଁରୁଟି ୪୦ ଟଙ୍କା ଏବଂ ଛୋଟ ରୁଟି ୨୨ ଟଙ୍କା। ଯିଏ ଚାହୁଁଛ, ଶୀଘ୍ର ଅର୍ଡର କର, ମୋର ବିକ୍ରି କରିବାର ସମୟ ହୋଇଗଲାଣି। ଆଉ  ହୋମ ଡେଲିଭରୀ ପାଇଁ ଚାହୁଁଥିଲେ ଅତିରିକ୍ତ ଚାର୍ଜ ପଡ଼ିବ। ସୋନୁ ସୁଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.