Odisha Link
Bridging the Missing Links in Odisha

ଚିଠିରେ ମୋଦିଙ୍କୁ ‘ମ୍ୟାଡାମ୍’ ପ୍ରଧାନମନ୍ତ୍ରୀ ସମ୍ବୋଧନ କରି ଚର୍ଚ୍ଚାରେ ବିଜେପି ବିଧାୟକ

ନୂଆଦିଲ୍ଲୀ: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦିଙ୍କୁ “ମ୍ୟାଡାମ’ ସମ୍ବୋଧନ କରି ଚିଠି ଲେଖିଛନ୍ତି ପୁରୁଲିଆ ରଘୁନାଥପୁର ବିଜେପି ବିଧାୟକ ବିବେକାନନ୍ଦ ବାଉରି। ଏଥର ସେ ପ୍ରଥମ କରି ଏଠାରୁ ବିଧାୟକ ହୋଇଛନ୍ତି। ଅଗଷ୍ଟ ୯ ସୋମବାର ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି ବିବେକାନନ୍ଦ।

ସେ ପ୍ରଧାନମନ୍ତ୍ରୀଙ୍କୁ ମ୍ୟାଡାମ୍‌ ବୋଲି ସମ୍ବୋଧନ କରି ଚିଠି ଆରମ୍ଭ କରିଛନ୍ତି।ଚିଠିଟି ଏହା ମଧ୍ୟରେ ଇଣ୍ଟରନେଟରେ ଭାଇରାଲ ହେବା ପରେ ଅଡ଼ୁଆରେ ପଡ଼ିଛନ୍ତି ବିଜେପି ବିଧାୟକ। ତାଙ୍କୁ ଚାରିଆଡ଼ୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।ରଘୁନାଥପୁର ବିଧାନସଭା ଅଞ୍ଚଳର ଏକ ଦୁଇ ବର୍ଷର ଶିଶୁ ବ୍ଲଡ୍‌ କ୍ୟାନସର ଆକ୍ରାନ୍ତ ହୋଇଥିଲେ। ତାଙ୍କ ପରିବାର ପକ୍ଷରୁ ବିଧାୟକ ନିକଟରେ ଆର୍ଥିକ ସାହାଯ୍ୟ ନେଇ ଆବେଦନ କରାଯାଇଥିଲା।

ଏହି ଦୁଇ ବର୍ଷର ଶିଶୁର ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସାହାଯ୍ୟ ଯୋଗାଇ ଦେବାକୁ ବିଜେପି ବିଧାୟକ ଏହି ଚିଠି ଲେଖିଛନ୍ତି। କିନ୍ତୁ ସେଥିରେ ସେ ପ୍ରଧାନମନ୍ତ୍ରୀଙ୍କୁ ମ୍ୟାଡାମ ବୋଲି ସମ୍ବୋଧନ କରିବା ନେଇ ପ୍ରଶ୍ନ ଉଠିଛି। ବିବେକାନନ୍ଦ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ଏକା ଚିଠି ଲେଖାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ କ୍ଷେତ୍ରରେ ଯେଉଁ ମ୍ୟାଡାମ ଲେଖାଯାଇଛି ସେହି ଜାଗାରେ ଶବ୍ଦଟି ବଦଳା ଯାଇନି। ତାଙ୍କ କାର୍ଯ୍ୟାଳୟରେ ଯେଉଁମାନେ କାମ କରନ୍ତି, ସେମାନଙ୍କର ଏହି ଭୁଲ। ବ୍ୟସ୍ତରେ ଥିବାରୁ ସ୍ୱାକ୍ଷର କରିବା ବେଳେ ତାହା ତାଙ୍କ ନଜରକୁ ଆସି ନଥିଲା ବୋଲି ସେ ସଫେଇ  ଦେଇଛନ୍ତି। ସେ ଆହୁରି କହିଛନ୍ତି, ଯେଉଁ ଚିଠିଟି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ତାହା ଡ୍ରାଫ୍ଟ ଥିଲା। ତାହାକୁ ପଠାଯାଇ ନାହିଁ। ସଂଶୋଧିତ ଚିଠି ଲେଖି କାର୍ଯ୍ୟାଳୟରେ ରଖାଯାଇଛି। ଶିଶୁଟିର ବାପା ଆସି ନେଇଥିବା ତୃଣମୂଳ ଶିବିର ଦାବି କରିଛି। ଚିଠି ଲେଖିବା ଜାଣି ନ ଥିବା ବିଜେପି ବିଧାୟକ କିପରି ଲୋକଙ୍କୁ ସାହାଯ୍ୟ କରିବେ ତାହା ଜଣାପଡ଼ୁନି।

Leave A Reply

Your email address will not be published.