Odisha Link
Bridging the Missing Links in Odisha

ନୀରଜଙ୍କୁ ମାଗଣା ପେଟ୍ରୋଲ!

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ପରଠୁ ଟ୍ରେଣ୍ଡରେ ଅଛନ୍ତି ନୀରଜ ଚୋପ୍ରା। ତାଙ୍କୁ ନେଇ ସୋସିଆଲ ମିଡିଆ ଖୁବ୍‌ ସକ୍ରିୟ। ସେତିକି ନୁହେଁ, ନୀରଜଙ୍କ ନାଁରେ କିଏ ମାଗଣା ଖାଦ୍ୟ ବାଣ୍ଟୁଛି, ଆଉ କିଏ ମାଗଣା ଅଟୋ ସେବା ପ୍ରଦାନ କରୁଛି। ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଗୁଜରାଟର ଭରୁଚ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ‘ନୀରଜ’ ନାମଧାରୀ ବ୍ୟକ୍ତିଙ୍କ ପାଇଁ ଅଭିନବ ଅଫର୍‌ ପ୍ରଦାନ କରାଯାଇଛି।

ଟୋକିଓରୁ ସ୍ୱର୍ଣ୍ଣ ପଦକ ସହ ଫେରିଥିବା ନୀରଜ ଚୋପ୍ରାଙ୍କ କୃତିତ୍ୱର ଖୁସିକୁ ପାଳନ କରିବାକୁ ଯାଇ ପେଟ୍ରୋଲ ପମ୍ପର ମାଲିକ ‘ନୀରଜ’ ନାମଧାରୀ ସମସ୍ତଙ୍କୁ ୫୦୧ ଟଙ୍କା ମୂଲ୍ୟର ମାଗଣା ପେଟ୍ରୋଲ ଦେବାକୁ ଘୋଷଣା କରିଛନ୍ତି । ସେ ହେଉଛନ୍ତି ନେତ୍ରଙ୍ଗ ଟାଉନ୍‌ ସ୍ଥିତ ଏସ୍‌ପି ପେଟ୍ରୋଲିୟମ୍‌ର ମାଲିକ ଆୟୁବ ପଠାନ । ଏକ ଗଣମାଧ୍ୟମକୁ ଆୟୁବ କହିଛନ୍ତି, ବୈଧ ପରିଚୟ ପତ୍ର ଦେଖାଇଥିବା ସମସ୍ତ ‘ନୀରଜ’ଙ୍କୁ ୫୦୧ ଟଙ୍କା ମୂଲ୍ୟର ମାଗଣା ପେଟ୍ରୋଲ ଦିଆଯାଇଛି।

ଏହି ଅଫର୍‌ କେବଳ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ବୈଧ ଥିଲା । ଏହି ପ୍ରୟାସ ଜରିଆରେ ବିଶ୍ୱ ଦରବାରରେ ଭାରତର ଗୌରବ ବଢ଼ାଇଥିବା ଆଥ୍‌ଲେଟ୍‌ (ନୀରଜ) ଙ୍କୁ ସମ୍ମାନ ଜଣାଇବାକୁ ଚାହୁଁଥିଲେ । ନୀରଜ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ବିଜେତା ହେବା ଆମ ପାଇଁ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ତେଣୁ ସେହି ଖୁସିରେ ପେଟ୍ରୋଲ ପମ୍ପରେ ରବିବାର ଓ ସୋମବାର ଦୁଇ ଦିନ ଉକ୍ତ ଅଫର୍‌ ପ୍ରଦାନ କରାଯାଇଥିଲା ।

ତେବେ ୩୦ ଜଣ ଏହି ସ୍କିମ୍‌ର ଫାଇଦା ଉଠାଇଥିବା ଆୟୁବ କହିଛନ୍ତି। ସୁବିଧାର ଲାଭ ଉଠାଇଥିବା ଜଣେ ଗ୍ରାହକ କହିଛନ୍ତି, ପ୍ରଥମେ ସେ ଏହାକୁ ମିଛ ଖବର ବୋଲି ଭାବୁଥିଲେ। କିନ୍ତୁ ପେଟ୍ରୋଲ ପମ୍ପରେ ପହଞ୍ଚି ଅଫର୍‌ କଥା ସତ ବୋଲି ଜାଣିବାକୁ ପାଇଲେ।

Leave A Reply

Your email address will not be published.