Odisha Link
Bridging the Missing Links in Odisha

ଶାଶୁଘର ଯିବା ବାଟରେ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ

ଉତ୍ତରପ୍ରଦେଶ: ଧୂମଧାମରେ ସରିଲା ବିବାହ। ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବାକୁ ନେଇଥିଲେ ଶପଥ। ହେଲେ ଅଧା ରାସ୍ତାରେ ବରକୁ ଛାଡି ଚମ୍ପଟ ମାରିଲା କନ୍ୟା। କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଉତ୍ତରପ୍ରଦେଶର ଦେବାରିଆ ଜିଲ୍ଲାରେ ଏକ ଏପରି ଘଟଣା ଦେଖିବାକୁ ମଳିଛି।

ସୂଚନା ମୁତବକ, ଉତ୍ତରପ୍ରଦେଶର ଦେବାରିଆ ଜିଲ୍ଲାର ଖୁଖୁନ୍ଦା ଥାନା ଅଞ୍ଚଳର ଜଣେ ଯୁବକଙ୍କର ଭଟନି ଗାଁର ଜଣେ ଯୁବତୀଙ୍କ ସହ ବାହାଘର ଠିକ୍‌ ହୋଇଥିଲା। ବିବାହ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ହିନ୍ଦୁ ରୀତିନୀତି ଅନୁସାରେ ମନ୍ଦିରରେ ବିବାହ ମଧ୍ୟ ହେଲା। ବିବାହ ପରେ ଝିଅ ବିଦା ହୋଇ ଶାଶୁଘର ଯାଉଥିଲା।

ମାତ୍ର ଯିବା ବାଟରେ ଅଧାରାସ୍ତାରେ ଗାଡ଼ି ଅଟକାଇଥିଲେ ନବବଧୂ। କାର୍‌ ଅଟକିବା ପରେ କାର୍‌ ନିକଟରେ ଆସି ଲାଗିଥିଲା ପ୍ରେମିକର ଗାଡ଼ି। କାର୍‌ରୁ ବାହାରି ପ୍ରେମିକ ସହିତ ଚମ୍ପଟ ମାରିଥିଲେ ନବବଧୂ। ସେପଟେ ବହୁ ସମୟ ଧରି ଅପେକ୍ଷା କରିବା ପରେ ବି ନବବଧୂ ଆଉ ଫେରିନଥିଲେ।  ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ ବର।

Leave A Reply

Your email address will not be published.