Odisha Link
Bridging the Missing Links in Odisha

୪୫ ଦିନରେ ୨୩ ସରକାରୀ ବାବୁ ଗିରଫ

ଓଏଲ୍‌ ବ୍ୟୁରୋ: ଆକ୍ସନ ମୋଡରେ ଓଡ଼ିଶା ଭିଜିଲାନ୍ସ। ମୋ ସରକାର ଯୋଜନାକୁ ଅଧିକ ପ୍ରାଧାନ୍ୟ ଦେଇ ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ ନେଉଛି ଭିଜିଲାନ୍ସ ଟିମ୍। ଗତ ଦେଢ଼ମାସ ଅର୍ଥାତ୍‌ ୪୫ ଦିନ ଭିତରେ ୨୩ ଜଣ ସରକାରୀ ଚାକିରିଆଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏଥିସହିତ ୩୧ଟି ମାମଲା ରୁଜୁ କରିଛି।

ଗିରଫ ଅଧିକାରୀଙ୍କ ମଧ୍ୟରୁ ୪ଜଣ ପ୍ରଥମ ଶ୍ରେଣୀ (କ୍ଲାସ-ୱାନ୍‌) ଅଧିକାରୀ ଥିବା ସଂପର୍କରେ ଭିଜିଲାନ୍‌ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା ସୂଚନା ଦେଇଛନ୍ତି। ଓଡ଼ିଶା ଭିଜିଲାନ୍‌ସର କୌଶଳ ସଂପର୍କରେ ବୁଧବାର ଦିନ ନିର୍ଦ୍ଦେଶାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଜେଠ୍‌ୱା ଏହି ସୂଚନା ଦେଇଛନ୍ତି।

ସେ ଆହୁରି କହିଛ୍ତନ୍ତି ଯେ, ସୂଚନାକୁ ଆଧାର କରି ଭିଜିଲାନ୍‌ସ କାର୍ଯ୍ୟ କରୁଛି। ଲାଞ୍ଚ ନେବା ପୂର୍ବରୁ ସୂଚନା ମିଳିବା ପରେ ଭିଜିଲାନ୍‌ସ ଚଢ଼ଉ କରୁଥିବା ବେଳେ ଅନେକ କ୍ଷେତ୍ରରେ ଦୁର୍ନୀତି ପରେ ସୂଚନା ପାଇ ଭିଜିଲାନ୍‌ସ ଚଢ଼ଉ କରୁଛି। ଲାଞ୍ଚ ଦାବି କରିବା ଓ ଗ୍ରହଣ କରିବା ବେଳେ ଭିଜିଲାନ୍‌ସ ଦ୍ବାରା ଟ୍ରାପ୍‌ ହେଉଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା‌‌ରେ ମଧ୍ୟ ଭିଜିଲାନ୍‌ସ ଗିରଫ କରୁଛି। ‘ମୋ ସରକାର ଏବେ ଏହାକୁ ସହଜ କରିଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.