Odisha Link
Bridging the Missing Links in Odisha

ପଞ୍ଚାୟତ ନିର୍ବାଚନ: କାଲି ୨ୟ ପର୍ଯ୍ୟାୟ, ଚର୍ଚ୍ଚାରେ କୋଟିଆ

ଓଏଲ୍‌ ବ୍ୟୁରୋ: ୨୦୨୪ ଫାଇନାଲ ପୂର୍ବରୁ ସାରା ରାଜ୍ୟରେ ହେଉଛି ସେମି ମୁକାବିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ। ରାଜ୍ୟରେ ବୁଧବାର ଆରମ୍ଭ ହୋଇ ସାରିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଏଥିପାଇଁ ଗତକାଲି ଶେଷ ହୋଇଛି ପ୍ରଚାର।

ଶୁକ୍ରବାର ଦିନ ରାଜର ୬୮ଟି ବ୍ଲକ୍‌ରେ ୧୮୬ଟି ଜିଲ୍ଲା ପରିଷଦ ଜୋନ୍‌ ଲାଗି ହେବ ନିର୍ବାଚନ। ଏଥିସହିତ ୧୫୧୪ଟି ପଞ୍ଚାୟତର ୨୦, ୪୩୬ଟି ବୁଥରେ ମତଦାନ ଦେବେ ଭୋଟର। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୬୨ ଲକ୍ଷ ୧୦ ହଜାର ଭୋଟ୍‌ର ମତଦାନ ଦେବେ।

୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ବୁଥ୍‌କୁ ଯାଇଛନ୍ତି ପୋଲିଂ ପାର୍ଟି । ସେପଟେ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟ୍ ହେବାକୁ ଥିବା ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତରେ ମଧ୍ୟ ପହଞ୍ଚିଛି ପୋଲିଂ ପାର୍ଟି।

ଶୁକ୍ରବାର ଅର୍ଥାତ୍‌ ଆସନ୍ତାକାଲି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ୍ ଜୋନ୍-୧ ଜିଲ୍ଲା ପରିଷଦ ପାଇଁ ଭୋଟ୍ ଗ୍ରହଣ ହେବ । ଯେଉଁଥିରେ କୋଟିଆ ପଞ୍ଚାୟତ ମଧ୍ୟ ସାମିଲ ରହିଛି । କୋଟିଆ ପଞ୍ଚାୟତର ୧୩ଟି ବୁଥ୍‌ରେ ୫, ୭୯୦ ଭୋଟର୍ ମତଦାନ କରିବେ।

Leave A Reply

Your email address will not be published.