Odisha Link
Bridging the Missing Links in Odisha

ମତଦାନ ପୂର୍ବରୁ ବିଜେପି ନେତାଙ୍କୁ ଟେକିନେଲା ପୁଲିସ

ଓଏଲ୍‌ ବ୍ୟୁରୋ: ଆଜି ଦେଶର ୬ଟି ରାଜ୍ୟରେ ଚାଲିଛି ଉପନିର୍ବାଚନ। ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଓଡ଼ିଶା ଏବଂ ଉତ୍ତର ପ୍ରଦେଶରେ ଖାଲି ପଡ଼ିଥିବା ୭ଟି ବିଧାନସଭା ଆସନ ଉପନିର୍ବାଚନରେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍‌ ଗ୍ରହଣ ଚାଲିଛି। ନିକଟ ଭବିଷ୍ୟତରେ ହିମାଚଳ ପ୍ରଦେଶ ଏବଂ ଗୁଜରାଟରେ ବିଧାନସଭା ନିର୍ବାଚନ ଥିବାରୁ ଆଜିର ଏହି ୭ଟି ବିଧାନସଭା ଉପନିର୍ବାଚନ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳମାନଙ୍କ ପାଇଁ ଗୁରୁତ୍ବ ବହନ କରୁଛି।

ଏସବୁ ମଧ୍ୟରେ ତେଲେଙ୍ଗାନାର ମୁନୁଗୋଡେ ଆସନରେ ମଧ୍ୟ ଉପନିର୍ବାଚନ ହେଉଛି।ତେବେ ଏଠାରେ ଭୋଟିଂ ପୂର୍ବରୁ ଏଠାକାର ବିଜେପି ରାଜ୍ୟ ସଭାପତିଙ୍କୁ ଉଠାଇ ନେଇଛି ପୁଲିସ। ବିଜେପି ରାଜ୍ୟ ସଭାପତି ବନ୍ଦୀ ସଞ୍ଜୟଙ୍କୁ ଅବଦୁଲାପୁରମେଟ୍ ଥାନା ଅଞ୍ଚଳରେ ପୁଲିସ ଅଟକ ରଖିଛି। ଶାସକ ଟିଆରଏସ ଦଳର ମନ୍ତ୍ରୀ ତଥା ନେତାମାନେ ନିର୍ବାଚନ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଭୟଭୀତ କରୁଛନ୍ତି। ବାରମ୍ବାର ସୂଚନା ଦେବା ସତ୍ତ୍ବେ ପୁଲିସ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଉନାହିଁ ବୋଲି ବନ୍ଦୀ ସଞ୍ଜୟ ଅଭିଯୋଗ କରିଛନ୍ତି।

ଅପରପକ୍ଷେ ତେଲେଙ୍ଗାନାର ମୁନୁଗୋଡୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ୍‌ରେ ଭୋଟ୍‌ ଦେବା ପାଇଁ ଜନସାଧାରଣ ଧାଡ଼ିବାନ୍ଧିଛନ୍ତି। ମହାରାଷ୍ଟ୍ରର ଆନ୍ଧେରି ଇଷ୍ଟ୍‌ ନିର୍ବାଚନ ମଣ୍ଡଳୀରେ ମଧ୍ୟ ଲୋକେ ଭୋଟ୍‌ ଦେଉଛନ୍ତି। ଓଡ଼ିଶାର ଧାମନଗରରେ ମଧ୍ୟ ନିଜ ମତ ସାବ୍ୟସ୍ତ କରିବା ପାଇଁ ଲମ୍ବା ଲାଇନ୍‌ରେ ଠିଆ ହୋଇଛନ୍ତି ଭୋଟର। ସକାଳ ୭ଟା ବେଳେ ଆରମ୍ଭ ହୋଇଥିବା ଭୋଟ୍‌ ଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ, ଏବଂ ନଭେମ୍ବର ୬ ତାରିଖରେ ଭୋଟ୍‌ ଗଣନା ଆରମ୍ଭ ହେବ।

Leave A Reply

Your email address will not be published.