Odisha Link
Bridging the Missing Links in Odisha

ଧାମନଗର ଉପନିର୍ବାଚନ: ଭୋଟ ଦେଉଛନ୍ତି ଭୋଟର, ଇଭିଏମ୍‌ ଅଚଳ

ଓଏଲ୍‌ ବ୍ୟୁରୋ: ଆଜି ନେତା ବାଛୁଛନ୍ତି ଧାମନଗରବାସୀ। ଧାମନଗର ଉପନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ ପ୍ରକ୍ରିୟା। ସକାଳୁ ସକାଳୁ କିଛି ମତଦାନ କେନ୍ଦ୍ରରେ ମଧ୍ୟ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। କିନ୍ତୁ ଏଭଳି କିଛି ମତଦାନ କେନ୍ଦ୍ର ଅଛି ଯେଉଁଠି ଲାଗି ରହିଛି ଲମ୍ବା ଲାଇନ୍‌ କିନ୍ତୁ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲିକ୍ଷିତ ହୋଇଛି। ଯାହାକୁ ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଧାମନଗର ମଙ୍ଗଳପୁର ପ୍ରାଥମିକ ସ୍କୁଲରରେ ହୋଇଥିବା ୧୫ ନମ୍ବର ବୁଥର ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ଯାହାଫଳରେ ମତଦାନ ବିଳମ୍ବ ହୋଇଛି। କିନ୍ତୁ ଧାମନଗର ବାସୀ ଭୋଟ ଦେବା ପାଇଁ ଲମ୍ବା ଲାଇନରେ ଅପେକ୍ଷା କରିଛନ୍ତି।

ସେହିପରି କାଁପଡ଼ାରେ ହୋଇଥିବା ୭୫ ନଂ ବୁଥରେ ମଧ୍ୟ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି। ମତଦାନ ପ୍ରକ୍ରିୟା ଆରମ୍ଭ ହୋଇପାରି ନାହିଁ। ଭୋଟ୍‌ ଦେବାକୁ ଆସିଥିବା ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ମୋଟ ୨ଲକ୍ଷ ୩୮ହଜାର ୪୧୭ଜଣ ଭୋଟର ଧାମନଗର ନିର୍ବାଚନମଣ୍ଡଳୀର ୨୫୨ଟି ବୁଥରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ଏଥିରୁ ୧୦୭ଟି ବୁଥ ସମ୍ବେଦନଶୀଳ ଥିବାବେଳେ ପ୍ରାୟ ୫୦% ବୁଥରେ ୱେବକାଷ୍ଟିଂ କରିିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ହୋଇଛି। ନିର୍ବାଚନ ପରିଚାଳନା ନିମନ୍ତେ ମୋଟ ୨ଜଣ ପର୍ଯ୍ୟବେକ୍ଷକ ଓ ଅନ୍ୟ ୨୬ଜଣ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ୨ କମ୍ପାନୀ ସିଆରପିଏଫ ଓ ୨ କମ୍ପାନୀ ବିଏସଏଫକୁ ମୁତୟନ କରାଯାଇଛି ଓ ୨୩ ପ୍ଲାଟୁନରୁ ଅଧିକ ରାଜ୍ୟ ପୁଲିସ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ।

Leave A Reply

Your email address will not be published.